ନୂଆଦିଲ୍ଲୀ: ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଇଣ୍ଡିଗୋ ଏହାର ଶହ ଶହ ବିମାନର ଉଡ଼ାଣ ବାତିଲ କରିବାରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ। ସେହି ଘଟଣାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ଇଣ୍ଡିଗୋ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଯାତ୍ରୀମାନେ ଯେଉଁଭଳି ଦୁର୍ଦ୍ଦଶା ଭୋଗିଥିଲେ ସେହି ଅନୁସାରେ ଏହି ଜରିମାନା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ ବୋଲି ଅନେକ ଯାତ୍ରୀ ଭାବୁଛନ୍ତି। ଏ ସମ୍ପର୍କରେ ଲୋକାଲ୍ସର୍କଲ୍ସ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରେ ଭାଗ ନେଇଥିବା ୬୧ ପ୍ରତିଶତ ଯାତ୍ରୀ ଇଣ୍ଡିଗୋ ଉପରେ ଲଗାଯାଇଥିବା ଅଳ୍ପ ଜରିମାନାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।
ଏହି ସର୍ବେକ୍ଷଣରେ ୩୧,୧୯୬ ଯାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୧ ପ୍ରତିଶତ ଭାବୁଛନ୍ତି ଯେ କମ୍ପାନି ବିରୋଧରେ ଠିକ୍ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ସିଂହଭାଗ ଯାତ୍ରୀ (୬୧ ପ୍ରତିଶତ)ଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହେଲାନାହିଁ। ସେମାନେ ଭାବୁଛନ୍ତି ଯେ କମ୍ପାନି ଉପରେ ଲଗାଯାଇଥିବା ଜରିମାନା ତାହାର ଦୈନିକ ରାଜସ୍ବର ନାମମାତ୍ର ଅଂଶ। ତାହା କମ୍ପାନିକୁ ସାବାଡ଼ କରିବାରେ ସହାୟକ ହେବନାହିଁ। ଏହି ସର୍ବେକ୍ଷଣରେ ୨୯୨ଟି ଜିଲ୍ଲାର ଯାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ପୁରୁଷ ଓ ୩୪ ପ୍ରତିଶତ ମହିଳା ଥିଲେ।
ଆହୁରି ପଢନ୍ତୁ: Mumbai Mayor: କିଏ ହେବେ ମୁମ୍ବାଇ ମେୟର ? ଏଯାଏଁ ମିଳୁ ନାହାନ୍ତି ମୁହଁ... ଜାଣନ୍ତୁ ମୁମ୍ବାଇ ମେୟରଙ୍କ କ୍ଷମତା କଣ ?
ଗତବର୍ଷ ନଭେମ୍ବର ୧ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପାଇଲଟମାନଙ୍କ ବିଶ୍ରାମ ଓ ଉଡ଼ାଣ ସମୟକୁ ନେଇ ନୂଆ ନିୟମ ଲାଗୁ କରାଯାଇଥିଲା। ସେହି କଠୋର ନିୟମ ପ୍ରଭାବରେ ଡିସେମ୍ବର ୨ରୁ ହଠାତ୍ ଦେଶବ୍ୟାପୀ ଇଣ୍ଡିଗୋର ଉଡ଼ାଣ ବାତିଲ ହେବା ଆରମ୍ଭ ହୋଇଥିଲା। ସେହି ସମସ୍ୟା ଡିସେମ୍ବର ୯ ପର୍ଯ୍ୟନ୍ତ ରହିଥିଲା ଓ ତା’ପରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହୋଇଥିଲା।
ଆହୁରି ପଢନ୍ତୁ: Unnao Rape Case: ଉନ୍ନାଓ ଦୁଷ୍କର୍ମ ମାମଲା: ସେନଗରଙ୍କ ଦଣ୍ଡାଦେଶ ସ୍ଥଗିତ ଆବଦେନ ହାଇକୋର୍ଟରେ ଖାରଜ
ଉକ୍ତ ସମୟରେ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ପହଞ୍ଚି ହଇରାଣ ହୋଇଥିଲେ। ସେହି ସମୟରେ ଇଣ୍ଡିଗୋ ପ୍ରାୟ ୪୫୦୦ ବିମାନର ଉଡ଼ାଣ ବାତିଲ କରିଥିଲା। କେବଳ ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ୧୯୦୦ ବିମାନର ଉଡ଼ାଣ ବାତିଲ ହୋଇଥିଲା, ଯେଉଁଥିରେ ୩ ଲକ୍ଷରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଥିଲେ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/indigo-2026-01-17-21-23-55.jpg)