ଭୁବନେଶ୍ବର: ପ୍ରଥମ ଥର ଲାଗି ହେବାକୁ ଥିବା ଜାତୀୟ ଇନ୍ଡୋର୍ ପ୍ରତିଯୋଗିତା ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ମଧ୍ୟରେ ଥିବା ଇନ୍ଡୋର୍ ଷ୍ଟାଡିୟମ୍ଠାରେ ଆୟୋଜିତ ହେବ। ଏହି ପ୍ରତିଯୋଗିତା ଆସନ୍ତାମାସ ୨୩ ଓ ୨୪ ତାରିଖ ଦୁଇଦିନ ଧରି ହେବ। ଏଥିରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦ ବର୍ଷରୁ କମ୍ ବାଳକ ଓ ବାଳିକା ଏବଂ ପୁରୁଷ ଓ ମହିଳା ପ୍ରତିଯୋଗୀ ନିଜ ନିଜ ବର୍ଗରେ ଅଂଶଗ୍ରହଣ କରିବେ।
ଏହି ୪ ବର୍ଗର ପ୍ରତିଯୋଗୀ ୬୦, ୪୦୦, ୮୦୦, ୩୦୦୦ ମିଟର ଦୌଡ଼ ଏବଂ ଲଙ୍ଗ୍ଜମ୍ପ୍, ହାଇଜମ୍ପ୍ ଓ ସଟ୍ପୁଟ୍ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହା ବାଦ୍ ପୁରୁଷ ଓ ମହିଳାରେ ୧୫୦୦ ମିଟର ଦୌଡ଼, ଟ୍ରିପଲ୍ଜମ୍ପ୍ ଓ ପୋଲ୍ଭୋଲ୍ଟ ଖେଳାଯିବ। ଏହି ଷ୍ଟାଡିୟମ୍ରେ ଅଭ୍ୟାସ କରି ଭାରତୀୟ ଖେଳାଳି ଚଳିତ ମାସରେ ଚୀନ୍ରେ ହୋଇଥିବା ଏସୀୟ ଇନ୍ଡୋର୍ ମିଟ୍ରେ ଭାଗନେବାକୁ ଯାଇଥିଲେ।
ସୂଚନାଯୋଗ୍ୟ ଯେ ଏହି ଷ୍ଟାଡିୟମ୍ ୨୦୨୮ ବିଶ୍ବ ଇନ୍ଡୋର୍ ପ୍ରତିଯୋଗିତା ଦୌଡ଼ରେ ରହିଛି। ନିକଟରେ ବିଶ୍ବ ଦୌଡ଼କୁଦ ଓ ଭାରତୀୟ ଦୌଡ଼କୁଦ ମହାସଂଘର ପ୍ରତିନିଧିମାନେ ଏହି ଷ୍ଟାଡିୟମ୍ର ଭିତ୍ତିଭୂମି ତଦାରାଖ କରିଥିଲେ। ଏଥିସହ କ୍ରୀଡ଼ାମନ୍ତ୍ରୀ ଏବଂ କ୍ରୀଡ଼ାବିଭାଗର ଅନ୍ୟଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/20/20bbs_28_20022026_112-2026-02-20-18-29-53.jpg)