ଭଦ୍ରକ: ଗତକାଲି ସନ୍ଧ୍ୟା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମହିଳା ୱାର୍ଡର ଜରା ରୋଗୀ ୱାର୍ଡରେ କେହି ଜଣେ ମହିଳା ବାଥରୁମରେ ଶିଶୁ ଜନ୍ମ କରି ଛାଡ଼ି ପଳାଇଥିଲେ ।
ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ବାଥରୁମ ଯାଇଥିବାବେଳେ ନବଜାତ ଶିଶୁକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ଏହି ଶିଶୁଟି କନ୍ୟା ବୋଲି ଜଣା ପଡ଼ିଥିବାବେଳେ ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା |
ତେବେ ଶିଶୁର ମାଆକୁ ଠାବ କରାଯାଇନଥିବାବେଳେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏହି ଘଟଣା ସଂପର୍କରେ ଏଡିଏମଓ ଡାକ୍ତର ମିନତି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/19/67ea86e8-70ca-4657-8bcc-e1ff64541163-2026-01-19-20-30-11.jpg)