କୋଇଡ଼ା: ଗତ ୧୩ ତାରିଖରେ ବନ ବିଭାଗ କାର୍ଯ୍ୟାଳୟ ନିକଟରେ ଗୁରୁତର ଆହତ ଅବସ୍ଥାରେ ଏକ ୧୫ ବର୍ଷର ହରିଣ ସ୍ଥାନୀୟ ଲୋକ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ତେବେ ପ୍ରାଣୀ ଚିକିତ୍ସକ ହରିଣର ଚିକିତ୍ସା କରୁଥିବା ଅବସ୍ଥାରେ ଦିନେ ପରେ ମୃତ୍ୟୁ ଘଟିଥିଲା। ଆଜି ପୁଣି କୋଇଡ଼ା ଥାନା ପଛପଟ ଷ୍ଟାଡିୟମ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ବଡ଼ ହରିଣ ଉଦ୍ଧାର କରି ଜଗି ରହି ପୁଣି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ।

Advertisment

୧୩ ତାରିଖରେ ବନ ବିଭାଗ କାର୍ଯ୍ୟାଳୟ ନିକଟରେ ଗୁରୁତର ଆହତ ଅବସ୍ଥାରେ ଏକ ୧୫ ବର୍ଷର ହରିଣ ସ୍ଥାନୀୟ ଲୋକ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ତେବେ ପ୍ରାଣୀ ଚିକିତ୍ସକ ହରିଣର ଚିକିତ୍ସା କରୁଥିବା ଅବସ୍ଥାରେ ଦିନେ ପରେ ମୃତ୍ୟୁ ଘଟିଥିଲା। ଆଜି ପୁଣି କୋଇଡ଼ା ଥାନା ପଛପଟ ଷ୍ଟାଡିୟମ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ବଡ଼ ହରିଣ ଉଦ୍ଧାର କରି ଜଗି ରହି ପୁଣି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ।

ଗୋଟିଏ ପଟେ ସରକାର କୋଇଡ଼ା ଅଞ୍ଚଳର ସମସ୍ତ ସଂରକ୍ଷିତ ଜଙ୍ଗଲକୁ ନୁତନ ଖଣି ଖୋଲିବା ପାଇଁ ନିଲାମ କରିସାରିଲେଣି ଓ ଏଥିଯୋଗୁଁ ହେଉଥିବା ଜଙ୍ଗଲ ନଷ୍ଟ ଆଉ ନିଆଁ ପାଇଁ ବାରମ୍ବାର କୋଇଡ଼ା ସହର ମୁହାଁ ଏବେ ବନ୍ୟ ଜନ୍ତୁ।