ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଗୃହରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ନବ ଦାସ ହତ୍ୟା ଘଟଣାର ସାନି ତଦନ୍ତ ହେବ | ହତ୍ୟାକାଣ୍ଡରେ ସେମାନେ ନ୍ୟାୟ ଦେଇ ପାରି ନଥିଲେ | ଯେଉଁ ଭଳି ତଦନ୍ତ ହେବା କଥା ନ୍ୟାୟ ମିଳିବା କଥା ଦେଇ ପାରିଲେନି | ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ | ଆମ ସରକାରକୁ ଲେଖିକି ଦେବା ପରେ ଆଜି ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି | ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚିଛି ଏବଂ ଷ୍ଟେଟମେଣ୍ଟ ରେକର୍ଡ କରିଛନ୍ତି |

Advertisment

ଆଇନ ମନ୍ତ୍ରୀ କହିଛନ୍ତି ଯେ ନବ ଦାସଙ୍କ ପରିବାର ଲୋକ ତଦନ୍ତରେ ସନ୍ତୁଷ୍ଟ ନଥିଲେ | ତଦନ୍ତ ବାଟବଣା କରିଥିଲେ ପୂର୍ବ ସରକାର | ତଦନ୍ତର ଅନେକ ଦିଗ ବନ୍ଦ ଥିଲା | ଯେଉଁଠି ଯେଉଁଠି ଲିଙ୍କ ଅଛି ତାହା ଖୋଲିବ | କ୍ରାଇମବ୍ରାଞ୍ଚର ଦୁଇ ଅଧିକାରୀ ତାଙ୍କ ଘରକୁ ଯାଇଛନ୍ତି | ଆଗକୁ ଆଗକୁ ତଦନ୍ତ ଚାଲିବ | ନିରପେକ୍ଷ ଓ କ୍ରିୟାଶୀଳତା ଭାବେ ତଦନ୍ତ ହେଵ | ରାଜ୍ୟର ଏକ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା ପଛରେ ଅଛି କିଏ କିଏ ଲିଙ୍କରେ ଅଛନ୍ତି, ତାହା ତଦନ୍ତ ହେବ | କ୍ରାଇମବ୍ରାଞ୍ଚ ଉପରେ ଆମର ବିଶ୍ୱାସ ଅଛି |