ମୁମ୍ବାଇ: ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି, ଯେଉଁଥିରେ ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ସ୍ଥାପିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କେମିତି ଭାଙ୍ଗିପଡିଲା ତାହାର ଅନୁସନ୍ଧାନ କରାଯିବ। ନୌସେନା ପକ୍ଷରୁ କୁହାଯାଇଛି ଯେ ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା ଦିଗରେ ମରାଠା ନୌସେନା ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ପରମ୍ପରା ଏବଂ ଆଧୁନିକ ଭାରତୀୟ ନୌସେନା ସହିତ ଏହାର ଐତିହାସିକ ସମ୍ପର୍କକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସିନ୍ଧୁଦୁର୍ଗରେ ଆୟୋଜିତ ନୌସେନା ଦିବସ ସମାରୋହର ଏକ ଅଂଶ ଭାବରେ ଡିସେମ୍ବର ୪ ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଭାରତୀୟ ନୌସେନା ଏହି ପ୍ରକଳ୍ପର ପରିକଳ୍ପନା ଓ ପରିଚାଳନା କରିଥିଲା ଏବଂ ଏଥିପାଇଁ ପାଣ୍ଠି ମଧ୍ୟ ପ୍ରଦାନ କରିଥିଲା । ତେବେ ଏହା ଭୁଶୁଡି ପଡିବା ପରେ ମହାବିକାଶ ଅଘାଡି ପକ୍ଷରୁ ମହାଯୁତି ସରକାରଙ୍କୁ କଡା ସମାଲୋଚନା କରାଯାଇଥିଲା |

Advertisment

ନୌସେନା ପକ୍ଷରୁ କୁହାଯାଇଛି ଯେ ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା ଦିଗରେ ମରାଠା ନୌସେନା ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ପରମ୍ପରା ଏବଂ ଆଧୁନିକ ଭାରତୀୟ ନୌସେନା ସହିତ ଏହାର ଐତିହାସିକ ସମ୍ପର୍କକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସିନ୍ଧୁଦୁର୍ଗରେ ଆୟୋଜିତ ନୌସେନା ଦିବସ ସମାରୋହର ଏକ ଅଂଶ ଭାବରେ ଡିସେମ୍ବର ୪ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।

 ଏହି ଘଟଣାକୁ ବିରୋଧ କରିବା ପାଇଁ ସେପ୍ଟେମ୍ବର ୧ରେ ମହା ବିକାଶ ଅଘାଡି ମୁମ୍ବାଇରେ ଏକ ରାଲି ଆୟୋଜନ କରିବ ବୋଲି ଉଦ୍ଧବ ଠାକରେ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ଭଗବତ ସିଂ କୋଶାରି ସମୁଦ୍ରକୂଳରେ ରାଜ ଭବନରେ ରହୁଥିଲେ, ସେତେବେଳେ ତାଙ୍କ ଟୋପି କେବେ ଉଡି ନଥିଲା, ତେବେ ମୂର୍ତ୍ତିଟି ପବନରେ କିପରି ଭୁଶୁଡିଗଲା? ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ସ୍ମାରକୀ ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି ଏବଂ ଏହାକୁ ପୁନଃ ନିର୍ମାଣ ନାମରେ ଦୁର୍ନୀତି ମଧ୍ୟ ହେବ। ଠାକରେ କହିଛନ୍ତି ଯେ ବିଜେପିର କିଛି ଲୋକ ଏହି ଘଟଣାରେ ଖୁସି ହୋଇପାରନ୍ତି।