ରାଉରକେଲା: ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ସହକାରୀ ପ୍ରଫେସର ସୁରତ ଗିରି ଓ ରାଜନୀତି ବିଜ୍ଞାନର ସହକାରୀ ପ୍ରଫେସର ସି.ପି. ରଞ୍ଜନଙ୍କ ବିରୋଧରେ ଛାତ୍ରଛାତ୍ରୀ ଆଣିଥିବା ସଙ୍ଗୀନ ଅଭିଯୋଗର ଉଚ୍ଚ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ଦାଶ ଶୁକ୍ରବାର ପୂର୍ବାହ୍ନରେ କଲେଜ ପରିସରରେ ପହଞ୍ଚିଥିଲେ। ଅଭିଯୋଗ ଆଣିଥିବା ଛାତ୍ରଛାତ୍ରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏତଦ୍ବ୍ୟତୀତ ଦୁଇ ସହକାରୀ ପ୍ରଫେସରଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଦାଶ ଉଭୟ ପ୍ରଫେସରଙ୍କୁ ରୁଦ୍ଧଦ୍ବାର ବୈଠକରେ ତନାଘନା କରିଥିବା ଜଣାପଡ଼ିଛି। ତେବେ ତଦନ୍ତରେ କ’ଣ ନିଷ୍କର୍ଷ ବାହାରିଲା, ତାହା ସ୍ପଷ୍ଟହୋଇନି। ଆଞ୍ଚଳିକ ନିର୍ଦ୍ଦେଶକ ଖୁବଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିବେବୋଲି ଜଣାପଡ଼ିଛି।
କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀ ଦୁଇ ପ୍ରଫେସରଙ୍କ ନାଁରେ ବିଭିନ୍ନ ଅଭିଯୋଗ, ଯଥା- ପରୀକ୍ଷା ପରିଚାଳନା ବିଭାଗରେ ଅତିରିକ୍ତ ଦାୟିତ୍ବରେଥିବାରୁ ମନମୁଖି କାର୍ଯ୍ୟକରିବା, ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦକଲେ ପରୀକ୍ଷାରେ ଫେଲ୍ କରିବାର ଧମକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭେଦ ସୃଷ୍ଟିକରିବା, ଅନୁଷ୍ଠାନରେ ଖରାପ ପରମ୍ପରା ସୃଷ୍ଟି କରିବା, ପରୀକ୍ଷା ଡ୍ୟୁଟି ନାଁରେ ପାଠ ନପଢ଼ାଇବା ଆଦି ଅଭିଯୋଗ ଆଣିଥିଲେ।
ଉଲ୍ଲେଖଯୋଗ୍ୟ, କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀ ଦୁଇ ପ୍ରଫେସରଙ୍କ ନାଁରେ ବିଭିନ୍ନ ଅଭିଯୋଗ, ଯଥା- ପରୀକ୍ଷା ପରିଚାଳନା ବିଭାଗରେ ଅତିରିକ୍ତ ଦାୟିତ୍ବରେଥିବାରୁ ମନମୁଖି କାର୍ଯ୍ୟକରିବା, ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦକଲେ ପରୀକ୍ଷାରେ ଫେଲ୍ କରିବାର ଧମକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭେଦ ସୃଷ୍ଟିକରିବା, ଅନୁଷ୍ଠାନରେ ଖରାପ ପରମ୍ପରା ସୃଷ୍ଟି କରିବା, ପରୀକ୍ଷା ଡ୍ୟୁଟି ନାଁରେ ପାଠ ନପଢ଼ାଇବା ଆଦି ଅଭିଯୋଗ ଆଣିଥିଲେ। ଏହାସହ ଗତ ସେପ୍ଟେମ୍ବର ୨୦ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ (ସମ୍ବଲପୁର), କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ରାଉରକେଲା ବିଧାୟକ ପ୍ରମୁଖଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗର ଗୁରୁତ୍ବକୁ ବିଚାରକରି ଗତ ସେପ୍ଟେମ୍ବର ୨୭ ତାରିଖରେ ରାଉରକେଲା
ବିଧାୟକ ସାରଦା ନାୟକ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ଅଧ୍ୟାପକଙ୍କୁ ବଦଳି ପାଇଁ ନିବେଦନ କରିଥିବାବେଳେ ଗତ ଅକ୍ଟୋବର ୨୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/09/EFoxqdbjF7RwDp4YWBLI.jpeg)