ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି

ଟୋକିଓ : ବିଶ୍ୱର ସର୍ବବୃହତ କ୍ରୀଡ଼ାପ୍ରତିଯୋଗିତା ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଘୋଷଣା କରିଛି । କମିଟି ପକ୍ଷରୁ ଆଜି ଏକ ଜରୁରୀ ବୈଠକ ଡକାଯାଇ କରୋନା ଭାଇରସ ପରିସ୍ଥିତିର ସମୀକ୍ଷା କରାଯାଇଥିଲା । ତେବେ ଜାପାନର ଟୋକିଓରେ ହେବାକୁ ଥିବା ଏହି ପ୍ରତିଯୋଗିତା ଆହୁରି ୪ ମାସ ଥିବାରୁ ଏବେଠାରୁ କୌଣସି ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ନାହିଁ । କାରଣ ଏପରି କୌଣସି ପଦକ୍ଷେପର ବିପରୀତ ପରିଣତି ମଧ୍ୟ ହୋଇପାରେ ବୋଲି କମିଟି କହିଛି ।

ପୂର୍ବନିର୍ଦ୍ଧାରିତ ସମୟ ଜୁଲାଇ ୨୪ରୁ ଅଗଷ୍ଟ ୯ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ କମିଟି ଚାହୁଁଛି । କେବଳ ଅତି ଜରୁରୀପରିସ୍ଥିତି ପଡ଼ିଲେ ପ୍ରତିଯୋଗିତା ଘୁଞ୍ଚାଯିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଇଓସିର ସଭାପତି ଥମାସ ବେକ୍‌ କହିଛନ୍ତି ।

ଗତ କାଲି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଥିଲେ ଯେ ପୂର୍ବ ଘୋଷିତ ସୂଚୀ ଅନୁଯାୟୀ ଅଲିମ୍ପିକ୍ସ ଆୟୋଜିତ ହେବ । କରୋନା ଆତଙ୍କ ପାଇଁ ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। ହେଲେ ଆବେ ତାଙ୍କ ସହ ଏକମତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର