ଆଇପିଏଲ : ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି ।  ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଅପରିବର୍ତ୍ତିତ ରହିଥିବାବେଳେ ବାଙ୍ଗାଲୋର ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ମୁରୁଗାନ ଅଶ୍ୱୀନଙ୍କ ବଦଳରେ ମନନ ବୋରା ଓ ବ୍ରେଣ୍ଡନ ମାକୁଲମଙ୍କ ବଦଳରେ ମୋଇନ ଅଲିଙ୍କୁ ଟିମରେ ରଖାଯାଇଛି । ଶେଷ ଖବର ମିଳିବା ପର୍ଯ୍ୟନ୍ତ ହାଇଦ୍ରାବାଦ ୩ ଓଭରରେ ୧ ଓ୍ଵିକେଟ ହରାଇ  ୨୧ ରନ ସଂଗ୍ରହ କରିଛି ।

ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳି ୭ ବିଜୟ ଓ ୨ ପରାଜୟ ସହ ୧୪ ପଏଣ୍ଟ ପାଇ ନିଜ ସ୍ଥିତିକୁ ସୁଦୃଢ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗାଲୋର ଦଳ ୯ଟି ମ୍ୟାଚ ଖେଳି ମାତ୍ର ୩ଟିରେ ଜିତିଥିବାବେଳେ ୬ଟି ମ୍ୟାଚରେ ପରାଜୟ ବରଣ କରି ମାତ୍ର ୬ ପଏଣ୍ଟ ପାଇଛି । ଏହି ମ୍ୟାଚ ଜିତି ହାଇଦ୍ରାବାଦ ଦଳ ପ୍ଲେ ଅପକୁ ଯିବା ନିଶ୍ଚିତ କରିପାରିବ, ସେହିପରି ବାଙ୍ଗାଲୋର ଏହି ମ୍ୟାଚ ଜିତିଲେ ନିଜ ସ୍ଥିତିରେ କିଛିଟା ଉନ୍ନତି କରିପାରିବ ।

 

 

 

 

 

 

 

ସମ୍ବନ୍ଧିତ ଖବର