ଆଇପିଏଲ୍‌: ଟସ୍‌ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, କୋଲକାତା କରୁଛି ବ୍ୟାଟିଂ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୩ ତମ ମୁକାବିଲା ଗୁରୁବାର କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯାଉଛି। ଇଡେନ ଗାର୍ଡେନରେ ଟସ୍‌ ଜିଣି ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ ସଂସ୍କରଣରେ କୋଲକାତା ଏଯାଏଁ ୧୦ଟି ମ୍ୟାଚ ଖେଳି ସାରିଛି। ଏଥିରୁ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୬ଟିରେ ହାରିଛି। ଅଙ୍କ ତାଲିକାରେ କୋଲକାତା ୮ମ ସ୍ଥାନରେ ଅଛି। ରାଜସ୍ଥାନ ରୟାଲ ଅଙ୍କ ତାଲିକାରେ ସର୍ବନିମ୍ନରେ ରହିଛି। ରାଜସ୍ଥାନ ଏଯାଏଁ ୧୦ଟି ମ୍ୟାଚ ଖେଳି ସାରିଥିବା ବେଳେ ସେଥିରୁ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜିତ ହୋଇଛି।

ଚଳିତ ଆଇପିଏଲରେ ରାଜସ୍ଥାନ ଏବଂ କୋଲକାତା ମଧ୍ୟରେ ଏପ୍ରିଲ ୭ରେ ଏକ ମ୍ୟାଚ ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୩ ଓ୍ଵିକେଟ ବିନିମୟରେ ୧୩୯ ରନ କରିଥିଲା। ବିଜୟ ଲକ୍ଷ୍ୟକୁ କୋଲକାତା ୧୩.୫ ଓଭରରେ ପୂରା କରିଥିଲା।

ସମ୍ବନ୍ଧିତ ଖବର