ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରିଜର୍ଭେସନ କରି ଯାତ୍ରା କରିବାକୁ ପସନ୍ଦ କରନ୍ତି। କାରଣ ସଂରକ୍ଷିତ କୋଚରେ ଯାତ୍ରା କରିବା ସୁବିଧାଜନକ ଏବଂ ଆରାମଦାୟକ। ଏଥିପାଇଁ, ଲୋକମାନଙ୍କୁ ଯାତ୍ରା ପୂର୍ବରୁ ଟିକେଟ ବୁକ୍ କରିବାକୁ ପଡିଥାଏ। ଲୋକମାନେ ଘରୁ କିମ୍ବା ରେଳ ଟିକେଟ କାଉଣ୍ଟରରୁ ଅନଲାଇନରେ ଟିକେଟ ବୁକ୍ କରିପାରିବେ।
ଯେତେବେଳେ ଲୋକଙ୍କ ଯାତ୍ରା ହଠାତ୍ ସ୍ଥିର ହୁଏ, ସେତେବେଳେ ଲୋକଙ୍କୁ ତତ୍କାଳ ଟିକେଟ ବୁକ୍ କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ଦ୍ୱାରା ତତ୍କାଳ ଟିକେଟ ବୁକିଂ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ କରାଯାଇଛି। ଜୁଲାଇ ୧ରୁ, କିଛି ଲୋକଙ୍କର ତତ୍କାଳ ଟିକେଟ ବୁକ୍ କରିବାର ଅଧିକାର ରହିବ ନାହିଁ। ଜାଣନ୍ତୁ ଯେ ଆପଣ ମଧ୍ୟ ଏହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି କି ନାହିଁ। ଆଇଆରସିଟିସି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ୧ ଜୁଲାଇ, ୨୦୨୫ଠାରୁ, ଯେଉଁ ଆଇଆରସିଟିସି ୟୁଜର୍ସମାନଙ୍କର ଆକାଉଣ୍ଟରେ ଆଧାର ପ୍ରମାଣୀକରଣ ରହିବ ନାହିଁ, ସେହି ଲୋକମାନେ ତତ୍କାଳ ଟିକେଟ୍ ବୁକିଂ ସୁବିଧାର ଲାଭ ଉଠାଇପାରିବେ ନାହିଁ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଇଆରସିଟିସି ସମସ୍ତ ଉପଭୋକ୍ତାମାନଙ୍କୁ ମେଲ୍ ମାଧ୍ୟମରେ ମଧ୍ୟ ଏହା ବିଷୟରେ ସୂଚନା ଦେଇଛି। ଯେଉଁଥିରେ କୁହାଯାଇଛି ଯେ ୧ ଜୁଲାଇ, ୨୦୨୫ରୁ, କେବଳ ଆଇଆରସିଟିସି ୱେବସାଇଟ୍ ନୁହେଁ ବରଂ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ, କେବଳ ସେହି ୟୁଜର୍ସମାନଙ୍କର ଆକାଉଣ୍ଟ ଆଧାର ପ୍ରମାଣୀକରଣ(ଅଥନଟିକେଟଡ଼) ହେବ, ସେମାନେ ତତକାଳ ଟିକେଟ୍ ବୁକ୍ କରିପାରିବେ।