ଭୁବନେଶ୍ୱର: ଆଗକୁ ଦଶହରା ଆସୁଛି | ଆଉ ୩ରୁ ୪ଦିନ ପାଇଁ ଆପଣ ଛୁଟି ପାଇବେ | ସ୍କୁଲ କଲେଜ ବନ୍ଦ ସହ ଆପଣଙ୍କ ଅଫିସ ମଧ୍ୟ ଛୁଟି ରହିବ | ତେବେ ଆଉ ଘରେ କାହିଁକି ବସିରହିବେ | ଆଇଆରସିଟିସି ଏସବୁକୁ ଦୃଷ୍ଟିରେ ରଖି ଆପଣଙ୍କ ପାଇଁ ଏକ ପ୍ୟାକେଜ ଲଞ୍ଚ କରିଛି | ଏହି ପ୍ୟାକେଜ ମଧ୍ୟରେ ଆପଣଙ୍କ ଖାଇବା, ରହିବା, ଗାଡି ଭଡା ସବୁ ଅନ୍ତର୍ଭୁକ୍ତ ରହିଛି | ତେଣୁ ଯଦି ଆପଣ ପୁରୀ-କୋଣାର୍କ-ଚିଲିକା ଯାଇ ଆପଣଙ୍କର ଛୁଟିଦିନକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ବିଳମ୍ବ ନକରି ଆଇଆରସିଟିସି ଟୁର୍ ପ୍ୟାକେଜ୍ ବୁକ୍ କରନ୍ତୁ | ଆଜି ଆମେ ଆପଣଙ୍କୁ ଏବାବଦରେ ସବିଶେଷ ତଥ୍ୟ ଦେବୁ |
ତେବେ ଆପଣଙ୍କୁ କହିରଖୁଛୁ ଏହି ପ୍ୟାକେଜ ଦିଲ୍ଲୀରୁ ଆରମ୍ଭ ହେବ | ଏହି ପ୍ୟାକେଜରେ ଓଡିଶାର ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥାନଗୁଡିକୁ କଭର କରିବା ପାଇଁ ଏକ ପ୍ୟାକେଜ୍ ଲଞ୍ଚ କରିଛି। ଏହି ଟୁର୍ ପ୍ୟାକେଜ୍ ଆପଣଙ୍କୁ ଓଡିଶାର ଚାରୋଟି ପ୍ରସିଦ୍ଧ ସ୍ଥାନକୁ ନେଇଯିବ | ଯେଉଁଥିରେ ଅନେକ ମନ୍ଦିର ପରିଦର୍ଶନ କରାଯିବ | ଏହି ପ୍ୟାକେଜରେ ପୁରୀ, କୋଣାର୍କ, ଭୁବନେଶ୍ୱର ଏବଂ ଚିଲିକା ଯାତ୍ରା ରହିବ ।
ଏହି ଯାତ୍ରା ୨୯.୧୧.୨୦୨୪ ରୁ ୧୪.୧୨.୨୦୨୪ ପର୍ଯ୍ୟନ୍ତ ଚାଲିବ | ଆଇଆରସିଟିସି ଡିଭାଇନ୍ ପୁରୀ ଟୁର୍ ପ୍ୟାକେଜ୍ ନାମରେ ଏହି ପ୍ୟାକେଜ୍ ଲଞ୍ଚ କରିଛି | ଏହି ପ୍ୟାକେଜ୍ ୩ ରାତି ଏବଂ ୪ ଦିନ ପାଇଁ ରହିଛି | ଏଥିରେ ପୁରୀ, କୋଣାର୍କ, ଭୁବନେଶ୍ୱର ଏବଂ ଚିଲିକା ରହିଛି | ଏହି ଟୁର୍ ପ୍ୟାକେଜ୍ ସମୟରେ, ଆପଣ ପୁରୀର ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିର ଦେଖିବାକୁ ପାଇବେ | ସେହିପରି ଚିଲିକା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଦେଖିପାରିବେ |
ଏହାର ମୂଲ୍ୟ କେତେ ହେବ?
ଜଣେ ବ୍ୟକ୍ତିଙ୍କ ପାଇଁ ୪୪୬୦୦ ଟଙ୍କା, ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ ୩୪୨୦୦ ଟଙ୍କା, ତିନିଜଣଙ୍କ ପାଇଁ ୩୧୫୦୦ ଟଙ୍କା ରହିଛି | ଏଥିରେ ହୋଟେଲରେ ରହିବା ସହ ଭୋଜନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି |