ପିପିଲି: ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନ ଚିତଳପୁରଠାରେ ୩୩କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରବିନାରାୟଣ ନାୟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଥମେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଚିତଳ ତଳପୁରଠାରେ ନଦୀବନ୍ଧର ଲେବୁଲ୍ ନିଆଯିବା ସମୟରେ ରବି ଧରିଥିବା ଲେବୁଲ ଷ୍ଟାଣ୍ଡ ସେଠାରେ ଯାଇଥିବା ୩୩କେଭି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରବିଙ୍କ ଗୋଡ଼ଠାରୁ ଅଣ୍ଟା ପର୍ୟ୍ୟନ୍ତ ପୋଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।
ବିଦ୍ୟୁତ୍ ତାର ନଦୀ ବନ୍ଧ ତଳେ ଯାଇଥିବାରୁ ଏଭଳି ପରିସ୍ଥିତି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ରବିନାରାୟଣ ନାୟକଙ୍କ ଘର ବଳଙ୍ଗା ନିକଟ ରୂପଦେଇପୁର ଗାଁରେ। ସେ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟରେ ଖଲାସୀ ଭାବେ କାର୍ଯ୍ୟ କରୁଛନ୍ତି।
ଗତକାଲି ଅପରାହ୍ଣରେ ଚିତଳ ତଳପୁରଠାରେ ନଦୀବନ୍ଧର ଲେବୁଲ୍ ନିଆଯିବା ସମୟରେ ରବି ଧରିଥିବା ଲେବୁଲ ଷ୍ଟାଣ୍ଡ ସେଠାରେ ଯାଇଥିବା ୩୩କେଭି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରବିଙ୍କ ଗୋଡ଼ଠାରୁ ଅଣ୍ଟା ପର୍ୟ୍ୟନ୍ତ ପୋଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/06/0huPKRbsbZfxwd8SngoU.jpg)