ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ​​ପରାଜୟ ପରେ କଂଗ୍ରେସ ମଧ୍ୟରେ ମତଭେଦ ସାମ୍ନାକୁ ଆସୁଛି। ସୂଚନାନୁସାରେ, ଭୁପେନ୍ଦ୍ର ସିଂ ହୁଡାଙ୍କ ଉପରେ କଂଗ୍ରେସ ନେତୃତ୍ୱ ରାଗିଛନ୍ତି। ଫଳାଫଳକୁ ନେଇ ଦଳର ନେତୃତ୍ୱ ନିରାଶ ହୋଇଛନ୍ତି। କୁହାଯାଉଛି ଯେ ଭୁପେନ୍ଦ୍ର ସିଂ ହୁଡା ପ୍ରକୃତ ପରିସ୍ଥିତିକୁ ନେଇ ନେତୃତ୍ୱକୁ ଅନ୍ଧକାରରେ ରଖିଥିଲେ। ପାର୍ଟି ହାଇକମାଣ୍ଡ ଅନୁଭବ କରୁଛନ୍ତି ଯେ ହୁଡା ନେତୃତ୍ୱକୁ ବାସ୍ତବତାଠାରୁ ଦୂରରେ ରଖିଥିଲେ । ଗତକାଲି ହରିୟାଣାକୁ ନେଇ କଂଗ୍ରେସ ସଭାପତିଙ୍କ ଘରେ ଅନୁଷ୍ଠିତ ବୈଠକରେ ଭୁପେନ୍ଦ୍ର ହୁଡା ଏବଂ ପିସିସି ସଭାପତି ଉଦୟ ଭାନଙ୍କୁ ଏହି ବୈଠକକୁ ଡକାଯାଇ ନ ଥିଲା |
ତେବେ ବୈଠକକୁ ଡକାନଯିବାର କାରଣ ବାବଦରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳର ନେତୃତ୍ୱ ଜାଣି ସାରିଥିଲେ ଯେ ଉଭୟ ପରାଜୟ ପାଇଁ କେଉଁ ଯୁକ୍ତି ଦେବେ। କଂଗ୍ରେସ ହାଇକମାଣ୍ଡ ଭାବୁଛନ୍ତି ଯେ ହରିୟାଣାରେ କଂଗ୍ରେସର ବାସ୍ତବ ସ୍ଥିତି ବାବଦରେ ହୁଡା ପ୍ରକୃତ ସୂଚନା ଦେଇନଥିଲେ | ସେ ହାଇକମାଣ୍ଡଙ୍କୁ ମିଛ କହିଥିଲେ | ଦଳ ମଧ୍ୟରେ ଥିବା ଅସନ୍ତୋଷକୁ ନ ଜଣାଇ କଂଗ୍ରେସ ଜିତିବ ବୋଲି କୁଆଡେ ଆଶା ଦେଖାଇଥିଲେ |
ଯାହାକୁ ନେଇ ଏବେ ହାଇକମାଣ୍ଡ ଖପ୍ପା ଅଛନ୍ତି | ଉଲ୍ଲେଖ ଥାଉ କି ଏହି ସମୀକ୍ଷା ବୈଠକରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ନିର୍ବାଚନରେ ​​ବରିଷ୍ଠ ପର୍ଯ୍ୟବେକ୍ଷକ ଭୂମିକା ଗ୍ରହଣ କରିଥିବା ପୂର୍ବତନ ରାଜସ୍ଥାନ ମୁଖ୍ୟ ଅଶୋକ ଗେହଲୋଟ୍ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନ୍ୟ ଦୁଇଜଣ ଅଧିକାରୀଙ୍କ ସହ କୋଷାଧ୍ୟକ୍ଷ ଅଜୟ ମାକେନ୍ ଉପସ୍ଥିତ ଥିଲେ। ଗତ କିଛି ସପ୍ତାହ ହେବ ଅସୁସ୍ଥ ଥିବାରୁ ରାଜ୍ୟ ଦାୟିତ୍ୱରେ ଥିବା ଦୀପକ ବାବରିଆ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/YUnO3dxopDKlNuapp71b.jpg)