ନୂଆଦିଲ୍ଲୀ: ଆଜି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ବିଜୟ ହଜାରେ ଟ୍ରଫିରେ ମାତ୍ର ୩୬ ବଲ୍ରେ ଶତକ ହାସଲ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହାର କିଛି ଘଣ୍ଟା ମଧ୍ୟରେ, ଝାଡ଼ଖଣ୍ଡ ଅଧିନାୟକ ଇଶାନ କିଶାନ ବୈଭବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମାତ୍ର ୩୩ ବଲ୍ରେ ଶତକ ହାସଲ କରି କିଶାନ ତାଙ୍କର ବିସ୍ଫୋରକ ଫର୍ମ ଜାରି ରଖିଛନ୍ତି।
ଉଲ୍ଲେଖ ଥାଉ କି ଇଶାନ କିଶାନଙ୍କ ବିସ୍ଫୋରକ ଇନିଂସକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଆଲୋଚନା ହେଉଛି। ୨୭ ବର୍ଷୀୟ ଖେଳାଳି ମାତ୍ର ୩୯ ବଲ୍ରେ ୭ ଚୌକା ଏବଂ ୧୪ ଛକା ମାରି ଚମତ୍କାର ୧୨୫ ରନ୍ କରିଥିଲେ। କର୍ଣ୍ଣାଟକ ବିପକ୍ଷରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୩୦୦ ରୁ ଅଧିକ ଥିଲା। ଏହି ବ୍ୟାଟ୍ସମ୍ୟାନଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ପାଇଁ ମନୋନୀତ କରାଯାଇଥିବାରୁ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।
ଆହୁରି ପଢନ୍ତୁ: Chief Secretary: ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ଅନ୍ୟପଟେ ବିହାର ପାଇଁ, ବୈଭବ ସୂର୍ଯ୍ୟବଂଶୀ ୮୪ ବଲ୍ ରେ ୧୬ ଚୌକା ଏବଂ ୧୫ ଛକା ମାରି ୧୯୦ ରନ କରିଥିଲେ। ବିହାର ଅଧିନାୟକ ସାକିବୁଲ ଗନି ୪୦ ବଲ୍ ରେ ୧୦ ଚୌକା ଏବଂ ୧୨ ଛକା ମାରି ୧୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ, ଆୟୁଷ ଲୋହାରୁକା ୫୬ ବଲ୍ ରେ ୧୧୬ ରନ କରିଥିଲେ। ଏହି ତିନି ଜଣଙ୍କ ଶତକ ପାଇଁ, ବିହାର ୫୦ ଓଭରରେ ୬ ୱିକେଟ୍ ହରାଇ ୫୭୪ ରନ ସଂଗ୍ରହ କରିଥିଲା।
ଆହୁରି ପଢନ୍ତୁ: Delhi Metro: ଦିଲ୍ଲୀ ମେଟ୍ରୋର ହେବ ସମ୍ପ୍ରସାରଣ: ୫ ହଜାର କୋଟି ଟଙ୍କା ଋଣ କରାଯିବ
ଅନ୍ୟପଟେ ସମ୍ପ୍ରତି ଝାଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଟାଇଟଲ ଜିତାଇଥିବା ଇଶାନ କିଶାନ ବିଜୟ ହଜାରେ ଟ୍ରଫିରେ ମଧ୍ୟକ୍ରମରେ ଖେଳିଥିଲେ। ଷଷ୍ଠ ନମ୍ବରରେ ବ୍ୟାଟିଂ କରୁଥିବା ଇଶାନ ମାତ୍ର ୩୯ ବଲ୍ ରେ ୧୨୫ ରନ କରିଥିଲେ। ଇଶାନଙ୍କ ଶକ୍ତିଶାଳୀ ଇନିଂସ ଯୋଗୁଁ ଝାଡ଼ଖଣ୍ଡ ୫୦ ଓଭରରେ ୪୧୨ ରନ ସଂଗ୍ରହ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/24/dbf73b4e-5b89-427d-b8d4-6d9f894da1e5-2025-12-24-17-52-35.jpg)