ଭୁବନେଶ୍ୱର/ଋଷିକେଶ: ଅ-ତିଥିରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଆଜି ଇସ୍କନ ପକ୍ଷରୁ ଖଣ୍ଡନ କରାଯାଇଛି | ଇସ୍କନ ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ସାଙ୍ଗଠନିକ କିମ୍ବା ଭୂମିକା ନଥିଲା | ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା | ଏହି ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଅଂଶଗ୍ରହଣ କରିନଥିଲେ | ଇସ୍କନ ପୁରୀଗଜପତି ମହାରାଜଙ୍କ ସହ ପାରସ୍ପରିକ ସମ୍ମତ ସମୟ ସାରଣୀ ଅନୁସରଣ କରୁଛି |
ଉଲ୍ଲେଖ ଥାଉ କି ଅକ୍ଟୋବର ୭ ତାରିଖରେ ଋଷିକେଶର ମଧୁବନ ଆଶ୍ରମ ପକ୍ଷରୁ ଜଗନ୍ନାଥଙ୍କ ୨୮ତମ ରଥଯାତ୍ରା କରାଯାଇଥିଲା । ଏହି ରଥଯାତ୍ରା ସକାଳ ସାଢ଼େ ୯ଟାରେ ମଧୁବନ ଆଶ୍ରମଠାରୁ ବାହାରି ତ୍ରିବେଣୀ ଘାଟ, ଗୁରୁଦ୍ୱାର ଶ୍ରୀଗୁରୁ ସିଂ ସଭା ରେଲୱେ ରୋଡ୍ରେ ଶେଷ ହୋଇଥିଲା। ରଥ କୌଣସି କାଠ କିମ୍ବା ଅନ୍ୟ କେଉଁ ଧାତୁରେ ନିର୍ମାଣ ହୋଇ ନଥିଲା। ବରଂ ଏକ ଚାରିଚକିଆ ଯାନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବସି ଯାଉଥିବା ଦେଖିବାକୁ ମିଳିଥିଲା। ଅନେକ ଜଗନ୍ନାଥପ୍ରେମୀ ଏହାକୁ ଦେଖିବା ପରେ ଅପମାନବୋଧ ଅନୁଭବ କରିଥିଲେ।
ଉଲ୍ଲେଖ ଥାଉ କି ଅଦିନରେ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବାରମ୍ବାର କ୍ଷୋଭ ପ୍ରକାଶ କରିବା ସହ ଗତ ସେପ୍ଟେମ୍ବର ୬ ତାରିଖରେ ବସିଥିବା ବୈଠକର ନିଷ୍ପତ୍ତି ମୁତାବକ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠା ସମ୍ବଳିତ ଚିଠି ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଇସ୍କନ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଗଜପତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/15/c541558f-c0eb-46d8-ba8a-28d6ed9ad6a4-2025-10-15-13-02-50.jpg)