କରୋନା ଭାଇରସ ଟୀକା ଉଦ୍ଭାବନ ଦିଗରେ ଇସ୍ରାଏଲର ଅଗ୍ରଗତି, ମୂଷାଙ୍କ ଶରୀରରେ ପରୀକ୍ଷଣ ଆରମ୍ଭ

ଜେରୁଜେଲମ : କରୋନା ଭାଇରସ ସମଗ୍ର ମାନବ ଜାତି ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଥିବାବେଳେ ଏହାର ଟୀକା ଓ ଔଷଧ କେବେ ଆସିବ ତାହାକୁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ବିଶ୍ୱର ବିକଶିତ ଦେଶମାନେ ଏହି ଭୁତାଣୁ ଉପରେ ଗବେଷଣା ଜାରିରଖିଛନ୍ତି ।
ଇସ୍ରାଏଲର ବୈଜ୍ଞାନିକମାନେ କରୋନା ଭାଇରସର ଏକ ଟୀକା ବାହାର କରିବା ଦିଗରେ ଅଗ୍ରଗତି କରିଛନ୍ତି । ଏହି ଟୀକାକୁ ଇତିମଧ୍ୟରେ ମୂଷାମାନଙ୍କଠାରେ ପରୀକ୍ଷଣ କରାଯାଇଛି ।

image credit : terminix

ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଅଧିନରେ ଥିବା ବାୟୋ-କେମିକାଲ ଡିଫେନ୍ସ ଲାବୋରେଟୋରୀ(ଆଇଆଇବିଆର)ରେ ଏହି ଟୀକା ଉପରେ ଗବେଷଣା ଚାଲିଛି । ଏହି ଟୀକା ନିର୍ମାଣ ଦିଗରେ ଯଥେଷ୍ଟ ଅଗ୍ରଗତି ହୋଇଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ ସୂତ୍ରରୁ କୁହାଯାଇଛି ।

ଗତ ଫେବ୍ରୁଆରି ମାସରେ ନେତାନ୍ୟାହୁ ଏହି ଲାବରୋଟୋରୀକୁ କରୋନା ସଂପର୍କିତ ଗବେଷଣା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇସ୍ରାଏଲ ନିଜର ଅତ୍ୟନ୍ତ ଗୋପନୀୟ ପ୍ରତିରକ୍ଷା ପରୀକ୍ଷାଗାରକୁ କରୋନା ପରୀକ୍ଷଣ ପାଇଁ ଖୋଲିଦେଇଛି । କାରଣ ଏହି ପରୀକ୍ଷାଗାରରେ ଇସ୍ରାଏଲ ସାଧାରଣତଃ ଅତ୍ୟନ୍ତ ଗୋପନୀୟ ଭାବେ ଜୈବ-ରାସାୟନିକ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିଥାଏ । କିନ୍ତୁ ଏବେ ବାୟୋ-କେମିକାଲ ଡିଫେନ୍ସ ଲାବୋରେଟୋରୀ ନିଜର ସମସ୍ତ ଫୋକସ କରୋନା ଭାଇରସ ଉପରେ ନିବଦ୍ଧ କରିଛି ।

ସମ୍ବନ୍ଧିତ ଖବର