ଜୁନ ସୁଦ୍ଧା ମଣିଷଙ୍କ ଶରୀରରେ କରୋନା ଟୀକାର ପରୀକ୍ଷଣ କରିବ ଇସ୍ରାଏଲ

ଜେରୁଜେଲମ : କରୋନା ଭାଇରସର ଟୀକା ଉଦ୍ଭାବନ ଦିଗରେ ଇସ୍ରାଏଲ ଆଉ ପାଦେ ଆଗେଇଛି । ପଶୁଙ୍କ ଶରୀରରେ କରାଯାଇଥିବା ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ମିଳିଛି । ଏହା ପରେ ଏହି ଟୀକାକୁ ମଣିଷଙ୍କ ଶରୀରରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
ଇସ୍ରାଏଲ ସମ୍ବାଦପତ୍ର ଜେରୁଜେଲମ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଜୁନ ୧ ସୁଦ୍ଧା ଏହି ଟୀକାର ପରୀକ୍ଷଣ ମଣିଷମାନଙ୍କ ଶରୀରରେ କରାଯିବ ।

ଇସ୍ରାଏଲର ଗାଲିଲି ଗବେଷଣା ପ୍ରତିଷ୍ଠାନ ବା ମିଗାଲ ପକ୍ଷରୁ ଏହି ଟୀକାର ପରୀକ୍ଷଣ କରାଯାଉଛି । ଗତ ଫେବ୍ରୁଆରୀ ମାସରେ ମିଗାଲ ପକ୍ଷରୁ କୁହାଯାଇଥିଲା ଯେ ମାତ୍ର ତିନି-ଚାରି ସପ୍ତାହ ମଧ୍ୟରେ ଏହି ଟୀକାର ପରୀକ୍ଷଣ କରାଯିବ । କିନ୍ତୁ ଚୀନରୁ କରୋନା ଭାଇରସର ଜିନ ସଂପର୍କିତ ତଥ୍ୟ (ଜେନେଟିକ ସିକେ୍ୱନ୍ସ) ମିଳିବାରେ ବିଳମ୍ବ ହେବାରୁ ଗବେଷଣା ଟିକିଏ ପଛେଇଯାଇଥିଲା । ବିମାନ ଚଳାଚଳ ବନ୍ଦ ହେବା ଯୋଗୁଁ ଚୀନରୁ ଏହି ତଥ୍ୟ ଆସିିପାରିନଥିଲା । କିନ୍ତୁ ଏବେ ଏସବୁ ତଥ୍ୟ ଆସିଯାଇଥିବାରୁ ଗବେଷଣାରେ ଯଥେଷ୍ଟ ଅଗ୍ରଗତି ହୋଇଛି ବୋଲି ମିଗାଲର ଗ୍ରୁପ ଲିଡର ଡ. ଚେନ କାଜ୍ କହିଛନ୍ତି ।
ଗତ ଫେବ୍ରୁଆରି ମାସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ସରକାରୀ ଲାବରୋଟୋରୀକୁ କରୋନା ସଂପର୍କିତ ଗବେଷଣା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର