ବାରାଣାସୀରୁ ନ ଲଢିବା ନିଷ୍ପତ୍ତି ପ୍ରିୟଙ୍କା ଗାନ୍ଧି ନିଜେ ନେଇଥିଲେ : ସାମ ପିତ୍ରୋଡ଼ା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଧର୍ମନଗରୀ କାଶୀ ବା ବାରାଣାସୀ ଉପରେ ଏବେ ସାରା ଦେଶର ଆଖି । କାରଣ ଏଠାରେ ଏକ ହାଇପ୍ରୋଫାଇଲ ନିର୍ବାଚନ ଯୁଦ୍ଧ ହେବାକୁ ଯାଉଛି । କାରଣ ଏହି ଆସନରୁ ପ୍ରଧାନମନ୍ତ୍ରୀ ମୋଦି ଲଢୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ତରଫରୁ ଅଜୟ ରାୟଙ୍କୁ ଏଠାରୁ ଛିଡା କରାଯିବାକୁ ଘୋଷଣା କରାଯାଇଛି ।

କିନ୍ତୁ ବାରାଣାସୀର ଲଢେଇ ଯେତିକି ରୋଚକ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା ତାହା ହୋଇନାହିଁ । କାରଣ ଏଠାରୁ କଂଗ୍ରେସ ଉପସଭାପତି ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢୁନାହାନ୍ତି । ସେ ଲଢିବା ନେଇ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଖୋଦ ପ୍ରିୟଙ୍କା କହିଥିଲେ ଯେ ତାଙ୍କ ଭାଇ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚାହିଁଲେ ସେ କାଶୀରୁ ନିର୍ବାଚନ ଲଢିବାନେଇ କୌଣସି ଅସୁବିଧା ନାହିଁ । କଂଗ୍ରେସର କେତେକ ବରିଷ୍ଠ ନେତା ମଧ୍ୟ ଏ ନେଇ ସଂକେତ ଦେଇଥିଲେ । କିନ୍ତୁ ଏବେ କଂଗ୍ରେସର ଜଣେ ବରିଷ୍ଠ ନେତା ସାମ ପିତ୍ରୋଡ଼ା କହିଛନ୍ତି ଯେ ବାରାଣାସୀରୁ ନ ଲଢିବା ଲାଗି ନିଜେ ପ୍ରିୟଙ୍କା ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ନେବା ଦାୟିତ୍ୱ ରାହୁଲ ପ୍ରିୟଙ୍କାଙ୍କ ଉପରେ ନ୍ୟସ୍ତ କରିଥିଲେ।  କିନ୍ତୁ ବ୍ୟସ୍ତତା କାରଣରୁ ପ୍ରିୟଙ୍କା ଲଢିବାକୁ ଅମଙ୍ଗ ହୋଇଥିଲେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର