ସଫେଇ ଦେଲେ ସିହ୍ନା: ମୌଲନା ଆଜାଦଙ୍କ ନାମ ନେବାକୁ ଚାହୁଁଥିଲେ, ପାଟିରୁ ଖସିଗଲା ଅଲି ଜିନ୍ନାଙ୍କ ନାଁ

ପାଟ୍‌ନା: ପାକିସ୍ତାନର ସଂସ୍ଥାପକ ମୋହମ୍ମଦ ଅଲି ଜିନ୍ନାଙ୍କ ପ୍ରଂଶସା କରି ବିବାଦରେ ଛନ୍ଦି ହୋଇପଡ଼ିଥିବା ବିଜେପି ଛାଡି କଂଗ୍ରେସର ହାତ ଧରିଥିବା ଶତୃଘ୍ନ ସିହ୍ନା ଏବେ ତାଙ୍କର ପକ୍ଷ ରଖିଛନ୍ତି। ସେ ଯାହା ବି କହିଛନ୍ତି ତାଙ୍କ ପାଟିରୁ ଖସି ଯାଇଛି ବୋଲି କହିଛନ୍ତି ଶ୍ରୀଯୁକ୍ତ ଶିହ୍ନା ସଫେଇ ଦେଇଛନ୍ତି। ସିହ୍ନା କହିଛନ୍ତି କି ସେ ମୌଲନା ଆଜାଦଙ୍କ ନାମ ନେବାକୁ ଚାହୁଁଥିଲେ ମାତ୍ର ଭୁଲ୍‌ରେ ତାଙ୍କ ପାଟିରୁ ମୋହମ୍ମଦ ଅଲି ଜିନ୍ନାଙ୍କ ନାମ ବାହାରି ପଡ଼ିଲା।

ଉଲ୍ଳେଖଯୋଗ୍ୟ, ଅଭିନେତାରୁ ନେତା ପାଲଟିଥିବା ଶତୃଘ୍ନ ସିହ୍ନା ପାକିସ୍ତାନର ସଂସ୍ଥାପକ ମୋହମ୍ମଦ ଅଲି ଜିନ୍ନାଙ୍କ ପ୍ରଂଶସା କରିଥିଲେ। ଏହା ସହିତ ଜିହ୍ନାଙ୍କୁ ‘କଂଗ୍ରେସ ପରିବାର’ର ସଦସ୍ୟ ବୋଲି ମଧ୍ୟ କହିଥିଲେ। ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥଙ୍କ ପାଇଁ ପ୍ରଚାରରେ ପହଂଚିଥିବା ଶତୃଘ୍ନ ସିହ୍ନା କହିଥିଲେ, କଂଗ୍ରେସ ପରିବାର ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପର୍ଯ୍ୟନ୍ତ, ମହମ୍ମଦ ଅଲି ଜିନ୍ନାଙ୍କଠାରୁ ଆରମ୍ଭ କରି ଜବାହାର ଲାଲ ନେହେରୁଙ୍କ ପର୍ଯ୍ୟନ୍ତ, ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଦଳ।

ସେ ଆହୁରି ବି କହିଥିଲେ କି, ଭାରତର ସ୍ୱାଧୀନତା ଓ ବିକାଶରେ ଏ ସମସ୍ତଙ୍କ ଯୋଗଦାନ ରହିଛି। ସେଥିପାଇଁ ସେ କଂଗ୍ରେସ ଦଳକୁ ଆସିଛନ୍ତି ଓ ଥରେ ଆସିଯାଇଛି ତ ଏବେ ଆଉ କୌଣସି ଦଳକୁ ଯିବେନି। ସୂଚନାଯୋଗ୍ୟ, ଶତୃଘ୍ନ ସିହ୍ନା ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ତାଙ୍କୁ ପଟନାସାହିବରୁ ହିଁ ଲୋକସଭା ଟିକେଟ୍‌ ଦେଇଛି। ସିହ୍ନା ଏପର୍ଯ୍ୟନ୍ତ ଏହି ସିଟରୁ ବିଜେପିର ସାଂସଦ ରହିଛନ୍ତି। ଶତୃଘ୍ନଙ୍କ ମୁକାବିଲା ବିଜେପିର ରବିଶଙ୍କର ପ୍ରସାଦଙ୍କ ସହ ଅଛି।

ସମ୍ବନ୍ଧିତ ଖବର