କୁମ୍ଭମେଳାରେ ପ୍ରବଳ ଥଣ୍ଡା: ଗଙ୍ଗାନଦୀରେ ସ୍ନାନବେଳେ ଚେତାଶୂନ୍ୟ ହୋଇଗଲେ ବିଦେଶୀ ମହିଳା, ତା’ପରେ କଣ ହେଲା ଜାଣନ୍ତୁ

କୁମ୍ଭନଗରୀ (ପ୍ରୟାଗରାଜ) : କୁମ୍ଭ ମେଳାରେ ଗତ କାଲି ପୌଷପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ଶାହୀ ସ୍ନାନ ବେଳେ ଜଣ ବିଦେଶୀ ଭକ୍ତ ଗଙ୍ଗାନଦୀର ପ୍ରବଳ ଥଣ୍ଡା ଯୋଗୁଁ ଚେତାଶୂନ୍ୟ ହୋଇଗଲେ । ଚେତା ଫେରିବା ପରେ  ତାଙ୍କର ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପ୍ରୟାଗରାଜଠାରେ ଏବେ ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମ୍ମିଳନୀ କୁମ୍ଭ ମେଳା ଚାଲିଛି । ଦେଶବିଦେଶରୁ ଅନେକ ସାଧୁସନ୍ଥ ଓ ହିନ୍ଦୁ ଧର୍ମାବଲମ୍ବୀ ଏଠାକୁ ଆସିଛନ୍ତିି ପବିତ୍ର ତ୍ରିବେଣୀ ସଂଗମରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିବାକୁ । ଏପରି ଏକ ଦଳ ଇଟାଲୀରୁ ଆସିଛନ୍ତି । ଇସ୍କନ ମାଧ୍ୟମରେ ବୈଷ୍ଣବ ଧର୍ମ ଗ୍ରହଣ କରିଥିବା ଏହି ୧୧ ସଦସ୍ୟ ବିଶିଷ୍ଟ ଦଳରେ ଥିଲେ କ୍ୟାଟରିନ । ସେମାନେ ନାଗପୁର ହୋଇ ପ୍ରୟାଗରାଜକୁ ଆସିଥିଲେ ଗତ ପୌଷପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ଶାହୀ ସ୍ନାନରେ ଯୋଗ ଦେଇ ବୁଡ଼ ପକାଇବାକୁ । କାର୍ଯ୍ୟକ୍ରମ ଅନୁସାରେ ସମସ୍ତେ ବୁଡ଼ ପକାଇଲେ ।

କିନ୍ତୁ ଏହି ସ୍ନାନ କରିବା ବେଳେ ଗଙ୍ଗାନଦୀର ପ୍ରବଳ ଥଣ୍ଡାରେ ୬୫ ବର୍ଷୀୟା କ୍ୟାଟରୀନଙ୍କ ଶରୀର ଥରିବାକୁ ଲାଗିଲା । ଥଣ୍ଡା ଯୋଗୁଁ ତାଙ୍କ ରକ୍ତଚାପ ହ୍ରାସ ପାଇବା ପରେ ସେ ହଠାତ ଚେତାଶୂନ୍ୟ ହୋଇ ଖସିପଡିଲେ । ତୁରନ୍ତୁ ତାଙ୍କ ଦଳର ସଦସ୍ୟମାନେ ଏନଡିଆରଏଫକୁ ଖବର ଦେବା ପରେ ତାଙ୍କ କୁମ୍ଭ ପାଇଁ ଗଠନ କରାଯାଇଥିବା କେନ୍ଦ୍ରୀୟ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ଆବଶ୍ୟକ ଚିକିତ୍ସା କରିବା ପରେ ତାଙ୍କର ଚେତା ଆସିଲା । ଚେତା ଆସିବା ପରେ ସେ କହିଲେ “ଗଙ୍ଗାମାତା ତାଙ୍କୁ ବଞ୍ଚାଇଦେଲେ । ଜୟ ଶ୍ରୀକୃଷ୍ଣ !” ଚେତା ହରାଇବାବେଳେ ମଧ୍ୟ ସେ ନାମଜପ ଜାରି ରଖିଥିଲେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର