ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମୁଛି। ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତ୍ତମାନ ଏହା ଧୀରେ ଧୀରେ କମି ୯ ପ୍ରତିଶତରେ ପହଞ୍ଚିଲାଣି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି। ଏହା ଏକ ଭଲ ସଙ୍କେତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୦୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୦୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୮୮ଜଣ, ବାଲେଶ୍ୱରରୁ ୩୩୧ଜଣ, ବରଗଡ଼ରୁ ୧୧୭ ଜଣ, ଭଦ୍ରକରୁ ୨୬୭ଜଣ, ବଲାଙ୍ଗୀରରୁ ୮୯ ଜଣ, ବୌଦ୍ଧରୁ ୧୩୪ଜଣ, କଟକରୁ ୭୭୧ଜଣ, ଦେବଗଡ଼ରୁ ୬୪ ଜଣ, ଢେଙ୍କାନାଳରୁ ୧୦୬ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୭୪ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୪୮୬ ଜଣ, ଝାରସୁଗୁଡ଼ାରୁ ୯୭ ଜଣ, କଳାହାଣ୍ଡିରୁ ୧୦୩ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୮୮ଜଣ, କେଉଁଝରରୁ ୧୪୮ଜଣ, ଖୋର୍ଦ୍ଧାରୁ ୧୧୬୭ ଜଣ, କୋରାପୁଟରୁ ୧୫୮ ଜଣ, ମାଲକାନଗିରିରୁ ୯୫ଜଣ, ମୟୁରଭଞ୍ଜରୁ ୩୭୦ଜଣ, ନବରଙ୍ଗପୁରରୁ ୧୯୮ ଜଣ, ନୟାଗଡ଼ରୁ ୧୯୬ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୩୦୬ ଜଣ, ରାୟଗଡ଼ାରୁ ୨୨୨ ଜଣ, ସମ୍ୱଲପୁରରୁ ୧୦୭ଜଣ, ସୋନପୁରରୁ ୫୯, ସୁନ୍ଦରଗଡ଼ରୁ ୨୪୩ ଓ ଷ୍ଟେଟ ପୁଲରୁ ୨୦୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୧୩,୦୯୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୩୨,୦୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୮, ୦୩୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର