ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଲେ ଜଗନ ମୋହନ ରେଡ୍ଡି, ଭୋଟ ଦେବା ପରେ ହସି ହସି ପଦାକୁ ଆସିଲେ

ମୁମ୍ବାଇ: ଗୁରୁବାର ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓ୍ଵାଇଏସ୍‌ଆର୍‌ସିପି ଦଳର ମୁଖ୍ୟ ଜଗନ ମୋହନ ରେଡ୍ଡି ମତଦାନ କରିବାକୁ ମତଦାନ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ଭୋଟ ଦେବା କଥା ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ସେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ନିଜର ମତଦାନ କରିବାର ସୁଯୋଗ ପାଇଥିଲେ। ଭୋଟ୍‌ ଦେଇସାରି ଜଗନ ରେଡ୍ଡି ହସ ହସ ମୁହଁରେ କେନ୍ଦ୍ର ବାହାରକୁ ବାହାରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆନ୍ଧ୍ରପ୍ରଦେଶର ତେଲ୍‌ଗୁ ଦେସମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କର ଜଗନ ରେଡ୍ଡି ହେଉଛନ୍ତି ଜଣେ ଟାଣୁଆ ପ୍ରତିଦ୍ୱନ୍ଦ୍ୱୀ। ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୭୫ ବିଧାନସଭା ଓ ୨୫ ଲୋକସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଥିଲା। ସମସ୍ତ ଭୋଟ ଗଣତି ମେ ୨୩ ତାରିଖରେ ହେବ।

ଉଭୟ ଓ୍ଵାଇଏସ୍‌ଆର୍‌ସିପି ଓ କଂଗ୍ରେସ ନିକଟରେ ପ୍ରକାଶ କରିଥିବା ନିଜ ନିଜର ନିର୍ବାଚନୀ ଇସ୍ତାହାରରେ ମହିଳା ଓ କୃଷି ଉପରେ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର