ଚକ୍ ଖଡ଼ି ରଥରେ ମହାପ୍ରଭୁ ଜଗନ୍ନାଥ

ଭୁବନେଶ୍ବର: କରୋନା ପାଇଁ ଏବର୍ଷ ସବୁ ପର୍ବପର୍ବାଣୀ ଫିକା ପଡ଼ିଛି । ସେଥିରୁ ରଥ ଯାତ୍ରା ମଧ୍ୟ ବାଦ ପଡ଼ିନି । ଦାଣ୍ଡରେ ସିନା ରଥର ବସି ଜନ୍ମବେଦୀକୁ ମହାପ୍ରଭୁ ଯିବେ କିନ୍ତୁ କରୋନା ପାଇଁ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ । ମହାପ୍ରଭୁଙ୍କୁ ଯିଏ ଯେଉଁଠି ଡାକିଛି ସେ ତା ପାଖରେ ଭକ୍ତ ଶିରୋମଣି ଦାସିଆଙ୍କ ପାଖରେ ପହଞ୍ଚିଲା ପରି ସେ ପହଞ୍ଚିଯାଆନ୍ତି ।

ମହାପ୍ରଭୁଙ୍କ ପାଇଁ ରାଜଧାନୀର ଯୁବ ଇଞ୍ଜିନିୟର ଶିବାଶିଷ ପଣ୍ଡା ଚକ୍ ଖଡ଼ିରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି । ଏହି ରଥର ଉଚ୍ଚତା ୧ଇଞ୍ଚ ରହିଛି । ଏହି ରଥରେ ଥିବା ମହାପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତିଙ୍କ ଉଚ୍ଚତା ୨ମିଲି ମିଟର ଥିବା ବେଳେ ରଥରେ ରଖାଯାଇଥିବା ସାରଥୀଙ୍କ ମୂର୍ତ୍ତିର ଉଚ୍ଚତା ୩ ମିମି ରହିଛି । ଉକ୍ତ ରଥରେ ୪ଟି ଚକ ଥିବା ବେଳେ ଏହା ଚାଳି ପାରୁଛି । ସେହିପରି ରଥକୁ ବାନା , ଓଲଟ ଶୁଆ, ଡାହୁକ ଏବଂ ଘୋଡ଼ା ରଖାଯାଇ ସୁସଜ୍ଜିତ କରାଯାଇଛି । ରଙ୍ଗ ମାଧ୍ୟମରେ ରଥଟିକୁ ରଙ୍ଗୀନ କରାଯାଇଛି । ଗୋଟିଏ ଚକ୍ ଖଡ଼ିରେ ରଥଟିକୁ ତିଆରି କରିବା ପାଇଁ ଶିବାଶିଷଙ୍କୁ ୫ରୁ ୬ଦିନ ସମୟରେ ଲାଗିଛି । ଶିବାଶିଷ କହିବା କଥା ଏହି ରଥ ତିଆରି କରିବା ସମୟରେ ବହୁତ ଥର ଭାଙ୍ଗିଛି । ଏହି ରଥକୁ ସୋସିଆଲ ମିଡ଼ିଆରେ ସେୟାର କରି ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଏହା ତାଙ୍କର ଅଭିନବ ପ୍ରୟାସ ବୋଲି କହିଛନ୍ତି ଶିବାଶିଷ ।

ସମ୍ବନ୍ଧିତ ଖବର