ନୂଆଦିଲ୍ଲୀ: ଜନତାଙ୍କ ହିତ ପାଇଁ ସରକାର ବିମା ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ହସ୍ପିଟାଲଗୁଡ଼ିକ ଏହି ଯୋଜନା ଆଧାରର ନିଜର ରୋଜଗାରର ବାଟ କାଢ଼ି ଦେଇଛନ୍ତି। ଜୟପୁରର ଏକ ହସ୍ପିଟାଲରୁ ଏଭଳି ଅବହେଳାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଚିରଙ୍ଗଜିବି ଯୋଜନା ଅଧିନରେ ସରକାରୀ ଅର୍ଥର ଲାଭ ଉଠାଇବା ପାଇଁ ବିନା କୌଣସି କାରଣରେ ଲୋକଙ୍କ ଅସ୍ତ୍ରୋପଚାର କରି ଦେଉଥିବା ଜଣାପଡ଼ିଛି। ଯେମିତି କି ଜଣେ ବ୍ୟକ୍ତିଙ୍କ ମୁଣ୍ଡବିନ୍ଧା ହେଉଥିବା ବେଳେ ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ଗୋଡ଼ର ଅସ୍ତ୍ରୋପଚାର କରି ଦେଇଛନ୍ତି।
ଆଉ ଜଣେ ଅଭିଯୋଗ କରି କହିଛନ୍ତି, ତାଙ୍କ ସ୍ବାମୀଙ୍କ ପେଟରେ ପଥର ହୋଇଥିଲା। ତେଣୁ ସେ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। କିନ୍ତୁ ଡାକ୍ତର ତାଙ୍କ ସ୍ବାମୀ ଅଣ୍ଟାର ଅସ୍ତ୍ରୋପଚାର କରି ଦେଇଛନ୍ତି। ହସ୍ପିଟାଲ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ରାଜସ୍ଥାନ ସରକାର ଯାଞ୍ଚ ଆରମ୍ଭ କରି ଦେଇଛି। ତେବେ ଏଭଳି ଅନେକ ଅଭିଯୋଗ ହସ୍ପିଟାଲ ବିରୋଧରେ ରୋଗୀ ସରକାରଙ୍କ ସାମ୍ନାରେ ରଖିଛନ୍ତି।