ଭୁବନେଶ୍ବର : ଭାରତରେ ଅବସ୍ଥାପିତ ଜାପାନି ରାଷ୍ଟ୍ରଦୂତ ସାତୋସି ସୁଜୁକୀଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଇସ୍ପାତ, ରସାୟନ ଓ ଅନ୍ୟ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ଆଲୋଚନା କରିଛନ୍ତି ।
ଏହି ଉପଲକ୍ଷେ ଭୁବନେଶ୍ବରରେ ଅନୁଷ୍ଠିତ ଜାପାନ ନିବେଶ ସେମିନାରରେ ରାଜ୍ୟ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତର ବୈଦେଶିକ ସଚିବ ହର୍ଷ ସିଂଗଲା ଓ ଜାପାନର କୂଟନୀତିଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ସୁଜୁକୀ କହିଛନ୍ତି ଯେ ଓଡ଼ିଶାରେ ପୁଞ୍ଜିନିବେଶ ବାତାବରଣରେ ଅନେକ ଉନ୍ନତି ଆସିଛି । ଗତ ୧୦ ବର୍ଷରେ ଓଡ଼ିଶାରେ ନିବେଶ କରିଥିବା ଜାପାନି କମ୍ପାନିଙ୍କ ସଂଖ୍ୟା ୫ ଗୁଣ ବୃଦ୍ଧି ପାଇଛି । ଭାରତର ବୈଦେଶିକ ସଚିବ ସଂଗଲା କହିଥିଲେ ଯେ ଜାପାନ ଭାରତରେ ବୃହତ୍ତମ ବିକାଶ ସହଯୋଗୀ ମଧ୍ୟରୁ ଅନ୍ୟତମ । ଓଡ଼ିଶାର ବ୍ୟବସାୟିକ ବାତାବରଣକୁ ମଧ୍ୟ ସେ ପ୍ରସଂଶା କରିଥିଲେ ।