ବିଶ୍ୱର ସବୁଠାରୁ ଦାମୀ ଅଙ୍ଗୁର ‘ରୁବି ରୋମାନ୍‌’, ଗୋଟିକର ମୂଲ୍ୟ ଏକତିରିଶ ହଜାର ଟଙ୍କା!

କେବଳ ଜାପାନର ଇସିକାଓ୍ୱାରେ ଚାଷ ହେଉଥିବା ରୁବି ରୋମାନ୍‌ ଅଙ୍ଗୁର ବିଶ୍ୱରେ ସବୁଠାରୁ ମୂଲ୍ୟବାନ୍‌। ୧୯୯୫ରେ ଏହି ଅଙ୍ଗୁର ଚାଷ ପାଇଁ ଗବେଷଣା ଆରମ୍ଭ ହୋଇଥିଲା। ୨୦୦୮ରେ ପ୍ରଥମ ଥର ପାଇଁ ଏହା ବଜାରରେ ବିକ୍ରି ହୋଇଥିଲା। ସେତେ ବେଳେ ଗୋଟିଏ ଅଙ୍ଗୁରର ମୂଲ୍ୟ ଥିଲା ଛବିଶ ଡଲାର‌୍‌। ଆଠ ବର୍ଷ ପରେ ଅର୍ଥାତ୍‌ ୨୦୧୬ରେ ମୂଲ୍ୟ ବଢ଼ି ପହଞ୍ଚିଥିଲା ୩୭୦ ଡଲାର‌୍‌ରେ। ଚଳିତ ବର୍ଷ ଗୋଟିଏ ରୁବି ରୋମାନ୍‌ ଅଙ୍ଗୁରର ମୂଲ୍ୟ ପହଞ୍ଚିଛି, ଭାରତୀୟ ମୁଦ୍ରାରେ ୩୧ ହଜାର ୨୫୦ ଟଙ୍କାରେ। ଗୋଟିଏ ପେନ୍ଥାର ମୂଲ୍ୟ ପ୍ରାୟ ସାଢ଼େ ସାତ ଲକ୍ଷ ଟଙ୍କା। ପେନ୍ଥାରେ ଅଙ୍ଗୁର ସ˚ଖ୍ୟା ଚବିଶ।

The Drinks Business
ସମ୍ବନ୍ଧିତ ଖବର