କାମାକ୍ଷାନଗର: କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମଠକରଗୋଳା ନିକଟରେ ସଡ଼କ ଦୁର୍ଘଟଣା l ଭାରସାମ୍ୟ ହରାଇ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ l ଟ୍ରକରେ ଥିବା ୭ ଜଣ ଆହତ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛିl
ରୟାଲ ପିଙ୍କ ନାମକ ଏକ ଯାତ୍ରା ପାର୍ଟି କାମାକ୍ଷାନଗର ଅଞ୍ଚଳରେ ଯାତ୍ରା ପରିବେଷଣ ସାରି ଯାତ୍ରା ମଞ୍ଚସ୍ଥ କରିବା ପାଇଁ ଷଡ଼ଙ୍ଗୀ ଯାଉଥିଲା l ଯାତ୍ରାପାର୍ଟିର ଟ୍ରକରେ ମଞ୍ଚସାମଗ୍ରୀ ଓ କିଛି ଶ୍ରମିକ ଶ୍ରମିକ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ଟ୍ରକରେ ଥିବା ୭ ଜଣ ଆହତ ହୋଇଛି l କିଛି ସ୍ଥାନୀୟ ଲୋକ ଗୁରୁତରମାନଙ୍କୁ ମଠକରଗୋଳା ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେମାନଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି l ତେବେ କେଉଁ କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟିପଡ଼ିଲା, ତାହା ଅସ୍ପଷ୍ଟ ରହିଛି l
ସୂଚନା ଅନୁସାରେ ରୟାଲ ପିଙ୍କ ନାମକ ଏକ ଯାତ୍ରା ପାର୍ଟି କାମାକ୍ଷାନଗର ଅଞ୍ଚଳରେ ଯାତ୍ରା ପରିବେଷଣ ସାରି ଯାତ୍ରା ମଞ୍ଚସ୍ଥ କରିବା ପାଇଁ ଷଡ଼ଙ୍ଗୀ ଯାଉଥିଲା l ଯାତ୍ରାପାର୍ଟିର ଟ୍ରକରେ ମଞ୍ଚସାମଗ୍ରୀ ଓ କିଛି ଶ୍ରମିକ ଶ୍ରମିକ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ଟ୍ରକରେ ଥିବା ୭ ଜଣ ଆହତ ହୋଇଛି l କିଛି ସ୍ଥାନୀୟ ଲୋକ ଗୁରୁତରମାନଙ୍କୁ ମଠକରଗୋଳା ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେମାନଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି l ତେବେ କେଉଁ କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟିପଡ଼ିଲା, ତାହା ଅସ୍ପଷ୍ଟ ରହିଛି l କାମାକ୍ଷାନଗର ଥାନା ପୁଲିସ ଏହାର ତଦନ୍ତ କରୁଥିବା ବେଳେ ଆହତମାନଙ୍କ ପରିଚୟ ମିଳିପାରି ନାହିଁ ।କାମାକ୍ଷାନଗର ଥାନା ପୁଲିସ ଏହାର ତଦନ୍ତ କରୁଥିବା ବେଳେ ଆହତମାନଙ୍କ ପରିଚୟ ମିଳିପାରି ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/08/d0hdoZFGyjK2aGIz60vA.png)