ଭୁବନେଶ୍ବର: ରାଜଧାନୀରେ ଚିନ୍ତା ବଢ଼ାଇଲା ଜଣ୍ଡିସ। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେବ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟ୍ ଇଏ କଲୋନୀ, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବା ବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଥିବା ଜଣାଯାଇଛି।

Advertisment

ଭୁବନେଶ୍ବର ବଡ଼ଗଡ଼ ବ୍ରିଟ ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେବ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟ୍ ଇଏ କଲୋନୀ, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବା ବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଥିବା ଜଣାଯାଇଛି। ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଥିବା ଖବର ମିଳିବା ପରେ ଗତ ଦୁଇ ଦିନ ତଳେ ୱାଟ୍କୋ ସଂକ୍ରମିତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଏଣେ ନମୁନାରୁ ଜଣ୍ଡିସ ଚିହ୍ନଟ ହୋଇଥିବା ମଧ୍ୟ ସୂଚନା ରହିଛି।

ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଥିବା ଖବର ମିଳିବା ପରେ ଗତ ଦୁଇ ଦିନ ତଳେ ୱାଟ୍କୋ ସଂକ୍ରମିତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଏଣେ ନମୁନାରୁ ଜଣ୍ଡିସ ଚିହ୍ନଟ ହୋଇଥିବା ମଧ୍ୟ ସୂଚନା ରହିଛି। ତେବେ ଏନେଇ ସରକାରୀ କିମ୍ବା ବିଏମ୍ସି ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ।