ଭୁବନେଶ୍ୱର: ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନ କଣ କରିଥିଲେ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ଷଡଯନ୍ତ୍ର କରିନାହାନ୍ତି |
ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି | ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ | ଆଉ ମାଡ଼ ତତ୍ୱ ବିଜୁ ପଟନାୟକ କହିଥିଲେ | ଆମେ କଲୁ ସେଇଠୁ କଣ ହେଲା ? ବିଜୁ ପଟନାୟକ କହିଥିଲେ ଯେଉଁ ଅଫିସର ଶୁଣୁନି କିମ୍ବା କାମ କରୁନି ତାକୁ ମାଡ଼ ଦିଅ | ସେ ତାଙ୍କର ଗୁରୁ, ଆମେ ତାଙ୍କ ଗୁରୁଙ୍କୁ ଅନୁକରଣ କଲୁ | ଜଗନ୍ନାଥଙ୍କ ଗିରଫଦାରିଙ୍କୁ ମୁଁ ପସନ୍ଦ କରୁନି | ଜଗନ୍ନାଥ ସେ ଜାଗାରେ ସମ୍ପୃକ୍ତ ନଥିଲେ | ଅନ୍ୟପଟେ
ବ୍ୟାସନଗର ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯେ ଅଫିସରମାନେ ଜନ ଅଭିମୁଖୀ ହେବା କଥା | ଲୋକଙ୍କ ସମସ୍ୟା ସହ ରହିବା କଥା | ଯେଉଁ ଅଫିସର ଲୋକଙ୍କ ସମସ୍ୟା ସହ ରହିବେ ନାହିଁ, ଲୋକେ ତାଙ୍କ ଉପରେ ରାଗିବାଟା ସ୍ୱାଭାବିକ | ଆମେ ଜନ ପ୍ରତିନିଧି ଭାବେ ଅନେକ ଜାଗା ବୁଲୁଛୁ କିନ୍ତୁ ଆମକୁ ତ ଲୋକମାନେ ଖରାପ ବ୍ୟବହାର କରୁ ନାହାନ୍ତି | ବିଜେଡ଼ିର ଅରୁଣ ସାହୁ, ପ୍ରତାପ ଜେନା ଏବଂ ଦିବ୍ୟ ଶଙ୍କର ମିଶ୍ର ହତ୍ୟା ମକଦମାରେ ସଂଶ୍ଲିଷ୍ଟ ଥିଲେ | ସେମାନଙ୍କୁ ଗିରଫ କରାଯାଇଥିଲା କି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ |