ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର | ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଲେ ଜୟଶଙ୍କର | ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର | ବିମାନବନ୍ଦରରୁ ସିଧାସଳଖ କୋଣାର୍କ ଯିବେ | କୋଣାର୍କ ଇକୋରିଟ୍ରିଟ ରାତ୍ରି ଯାପନ କରିବେ | ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ |

Advertisment

ଏହାପରେ ଭୁବନେଶ୍ଵର ଶାନ୍ତିସ୍ତୁପ ଧଉଳି ପରିଦର୍ଶନ କରିବେ | ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ଜୟଶଙ୍କର କହିଛନ୍ତି ଯେ ଓଡ଼ିଶା ବହୁତ ଭବ୍ୟ ଭାବେ "ପ୍ରବାସୀ ଭାରତୀୟ ଦିବସ " କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାହା ସୂଚନା ଦେଇଛନ୍ତି, ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମୋର ପୁରା ବିଶ୍ୱାସ ପ୍ରଧାନମନ୍ତ୍ରୀ ଯେତେବେଳେ ଆସିବେ ଏହି କାର୍ଯ୍ୟକ୍ରମ ବହୁତ ସୁନ୍ଦର ଏବଂ ସଫଳ ହେବ।