ଭଦ୍ରକ: ଭଦ୍ରକର ବିଷ୍ଣୁପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଅଘଟଣ ଘଟିଛି । ଫ୍ଲାଏ ଓଭର ବ୍ରିଜର ପ୍ରୋଟେକ୍ସନ୍ ସ୍ଲାବ ଖସି ୮ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଯାଇଥିବାବେଳେ ନାବାଳିକା ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ ଓ ପ୍ରୋଟେକ୍ସନ ୱାଲ୍ ଖସି ପଡିଥିଲା । ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଉତ୍ତେଜନା ଦେଖା ଦେଇଛି ।
ତେବେ ଉତ୍ୟକ୍ତ ଲୋକେ ଜେସିବି ଜାଳି ଦେଇଥିବା ସୂଚନା ମିଳିଛି । ନାବାଳିକାର ମୃତ୍ଯୁକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଶବ ରଖି ଲୋକମାନେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଯୋଗୁଁ ଯାତ୍ରୀବାହୀ ବସ, ଟ୍ରକ ଅଟକିରହିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଏହି ରାସ୍ତାରେ ଦୀର୍ଘ ଦିନ ହେବ ରାସ୍ତାରେ ପୋଲ ନିର୍ମାଣ ଚାଲୁଥିବାରୁ ଏହାକୁ ନେଇ ଲୋକେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/05/e0b63464-0e37-4ac6-8af2-6549293f3c5b-2025-10-05-20-00-39.jpg)