ଜିଓ -ୱାନପ୍ଲସ 6T ଅନଲକ ଦି ସ୍ପିଡ଼ ଅଫର : ମିଳିବ ୫୪୦୦ ଟଙ୍କାର ତତକ୍ଷଣାତ କ୍ୟାସବ୍ୟାକ ସୁବିଧା

ୱାନ ପ୍ଲସର ସମସ୍ତ ପ୍ରଡକ୍ଟ ସାରା ଭାରତରେ ରିଲାଏନ୍ସ ଡିଜିଟାଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ

ଭୁବନେଶ୍ବର : ଭାରତର ପ୍ରିମିୟମ ସ୍ମାର୍ଟ ଫୋନ ବ୍ରାଣ୍ଡ  ୱାନ ପ୍ଲସ  ଏବେ ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ନେଟୱର୍କ ଜିଓ ସହିତ ସହଭାଗିତା ଘୋଷଣା କରିଛି । ଏହା ଦ୍ୱାରା ଉଭୟ ୱାନ ପ୍ଲସ ଓ ଜିଓର ଉପଭୋକ୍ତାମାନେ ଉଚ୍ଚ ସ୍ପିଡ଼ର ଡାଟାର ମଜାନେଇପାରିବେ ଓ ଆକର୍ଷଣୀୟ ଅଫର ପାଇପାରିବେ ।

ଚଳିତ ସପ୍ତାହରେ ବଜାରକୁ ଆସିବାକୁ ଥିବା ୱାନପ୍ଲସ 6T ସହିତ ଆସିଥିବା ଏହି ଅଫର ହେଉଛି ଜିଓ -ୱାନପ୍ଲସ 6T ଅନଲକ ଦି ସ୍ପିଡ଼ ଅଫର ଯେଉଁଥିରେ  ୱାନପ୍ଲସ 6T ଓ ଜିଓ  ଉପଭୋକ୍ତାମାନେ ଅଧିକ ଡାଟାର ମଜା ନେଇପାରିବେ |ୱାନପ୍ଲସ 6T ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କଂପ୍ଲେକ୍ସରେ ରାତି ୮.୩୦ ରେ ବଜାର ପ୍ରବେଶ ହେବ ।   ତେବେ ୱାନପ୍ଲସ 6T ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନଭେମ୍ବର ୨ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ । ଜିଓ -ୱାନପ୍ଲସ 6T ଅନଲକ ଦି ସ୍ପିଡ଼ ଅଫର: ଏହି ଅଫର ଜରିଆରେ ୱାନପ୍ଲସ 6T  ଫୋନରେ ୨୯୯ ଟଙ୍କାର ପ୍ରଥମ ପ୍ରିପେଡ଼ ରିଚାର୍ଜ ସହିତ ମିଳିବ ୫୪୦୦ ଟଙ୍କାର ତତକ୍ଷଣାତ କ୍ୟାସବ୍ୟାକ ସୁବିଧା ପାଇପାରିବେ । ଏହି ଅଫରର ଲାଭ ନେଉଥିବା ଉପଭୋକ୍ତାଙ୍କୁ ଏହି କ୍ୟାସବ୍ୟାକ ମାଇଁ ଜିଓ ଆପ୍ ରେ ୩୬ଟି ୧୫୦ ଟଙ୍କିଆ ଭାଉଚର ଭାବରେ ମିଳିବ | ଉପଭୋକ୍ତାମାନେ ପରବର୍ତ୍ତି ୨୯୯ ଟଙ୍କା ରିଚାର୍ଜରେ ଏହି ଭାଉଚର ଉପଯୋଗ କରି ମାତ୍ର ୧୪୯ ଟଙ୍କାରେ ସର୍ବଶ୍ରେଷ୍ଠ ପ୍ଲାନର ଲାଭଉଠାଇପାରିବେ | ଏହି ପ୍ଲାନ ରେ ପ୍ରତିଟି ରଚାର୍ଜ ସହିତ ଉପଭୋକ୍ତାଙ୍କୁ ୨୮ ଦିନ ଯାଏ ପ୍ରତିଦିନ ୩ ଜିବି ହାଇସ୍ପିଡ଼ ୪ଜି ଡାଟା ମିଳିବା ସହିତ ଅନଲିମିଟେଡ଼ ଭଏସ କଲ, ଏସଏମଏସ ଏବଂ ଜିଓର ପ୍ରିମିୟମ ଆପ୍ଲିକେସନ ବ୍ୟବହାର ସୁବିଧା ମିଳିପାରିବ । ମୋଟଉପରେ ୩୬ ଟି ରିଚାର୍ଜ ସହିତ ଉପଭୋକ୍ତାମାନେ ସମୁଦାୟ ୩ ଟିବି ହାଇସ୍ପିଡ଼ ୪ଜି ଡାଟା ପାଇପାରିବେ । ଜିଓ -ୱାନପ୍ଲସ 6T ଅନଲକ ଦି ସ୍ପିଡ଼ ଅଫରର ଲାଭ ୱାନପ୍ଲସ 6T କିଣୁଥିବା ଉଭୟ ବର୍ତ୍ତମାନର ଓ ନୂଆ ଜିଓ ଉପଭୋକ୍ତାମାନେ ନେଇପାରିବେ |

ସମ୍ବନ୍ଧିତ ଖବର