ହାଇଦ୍ରାବାଦ: ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ବିରୋଧରେ ତେଲୁଗୁ ଟିଭି ଚାନେଲରେ ଆପତ୍ତିଜନକ ଖବର ପ୍ରସାରଣ କରିବା ମାମଲାରେ ହାଇଦ୍ରାବାଦରେ ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଥିଲା।

Advertisment

ଆଇଏଏସ୍ ଅଫିସର ସଂଘର ସମ୍ପାଦକ ଜୟେଶ ରଞ୍ଜନଙ୍କ ଅଭିଯୋଗ ଆଧାରରେ ହାଇଦ୍ରାବାଦ ସେଣ୍ଟ୍ରାଲ୍ କ୍ରାଇମ୍ ଷ୍ଟେସନ୍ (ସିସିଏସ୍)ର ଅଧିକାରୀମାନେ ପ୍ରଥମେ କିଛି ଗଣମାଧ୍ୟମ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁଯାୟୀ ଟିଭି ଚାନେଲରେ ଦେଖାଯାଇଥିବା ଖବର ଜଣେ ମହିଳା ଆଇଏଏସ୍‌ ଅଧିକାରୀଙ୍କ କରିଛି। ରେବନ୍ତ ରେଡ୍ଡୀଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କ ସହିତ ସମ୍ପୃକ୍ତ ମହିଳା ଆଇଏଏସ୍‌ ଅଫିସରଙ୍କର ଅନୈତିକ ସମ୍ପର୍କ ଥିବା ଚାନେଲରେ ଖବର ପରିବେଷଣ କରାଯାଇଥିଲା।

ଆହୁରି ପଢନ୍ତୁ: Air India Crash Incident: ଏୟାର୍ ଇଣ୍ଡିଆ ଦୁର୍ଘଟଣା: ସ୍ବର୍ଗତ କ୍ୟାପ୍‌ଟେନଙ୍କ ପାଇଲଟ୍ ପୁତୁରାଙ୍କୁ ସମନ, ପାଇଲଟ ସଂଘର ବିରୋଧ

ଏହି ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ବୁଧବାର ଏନ୍‌ଟିଭିର ଇନପୁଟ ଏଡିଟର ଡୋନ୍ଥୁ ରମେଶଙ୍କୁ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରୁ ଗିରଫ କରିଥିଲା। ସେ ବ୍ୟାଙ୍ଗକକ୍‌ ଛୁଟି କାଟିବାକୁ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହକର୍ମୀ ସୁଧୀରଙ୍କୁ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ତେବେ ତେଲଙ୍ଗାନା ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ବିଜେପି ଓ ବିଆର୍‌ଏସ୍‌ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।