ବିରୋଧୀ ପ୍ରାର୍ଥୀଙ୍କ ଭିତରେ ସୌହାର୍ଦ୍ଦ୍ୟ : ସୁନ୍ଦରଗଡ଼ରେ ଜୁଏଲ୍-ସୁନୀତା ପାଖାପାଖି ବସିଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଆର୍ଶୀବାଦ ମାଗିଲେ ବିଜେଡି ଲୋକସଭା ପ୍ରାର୍ଥୀ

ସୁନ୍ଦରଗଡ: ସୁନ୍ଦରଗଡରୁ ଆସିଛି ରାଜନେତାଙ୍କ ପାରସ୍ପରିକ ଅନ୍ତରଙ୍ଗତାର ଚିତ୍ର । ପରସ୍ପର ବିରୋଧରେ ନିର୍ବାଚନ ଳଢିବାକୁ ଯାଉଥିବା ବେଳେ ଦୁଇ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ପରସ୍ପରକୁ ଶୁଭେଚ୍ଛା ଜଣାଇବା ରାଜ୍ୟ ରାଜନୀତିରେ ନୂଆ ଧାରା ସୃଷ୍ଟି କରିଛି । ଗତକାଲି ବରଗଡରେ ବି ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । ଗତକାଲି ନାମାଙ୍କନ ଦାଖଲ ବେଳେ ହସି ହସି କଥା ହେଲେ ପାଖାପାଖି ବସିଲେ ଜୁଏଲ ଓରାମ ଓ ସୁନୀତା ବିଶ୍ୱାଳ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ଆର୍ଶୀବାଦ ମାଗିଲେ ବିଜେଡି ଲୋକସଭା ପ୍ରାର୍ଥୀ ।

ସେପଟେ ଲଢେଇ ପାଇଁ ଶୁଭେଚ୍ଚା ଜଣାଇଲେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ ହୋଇଥବା ବେଳେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଜେଡି ପ୍ରାର୍ଥ ସୁନୀତା ବିଶ୍ୱାଳ ବି ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ଆଜି ସୁନ୍ଦରଗଡରେ ଉଭୟ ପ୍ରାର୍ଥୀପତ୍ର ଦାଖଲ କରୁଥିବାବେଳେ ସେଠାରେ ଏହିଭଳି ସୌହାର୍ଦ୍ଦ୍ୟର ଚିତ୍ର ଦେଖିବାକୁ ମିଳିଥିଲା ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ପରସ୍ପର ହସି ହସି କଥା ହେବା ସହ ପାଖାପାଖି ବସିଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ମାଗିଥିଲେ ସୁନୀତା । ଆଉ ଲଢେଇ ପାଇଁ ଶୁଭେଚ୍ଛା ବି ଜଣାଇଥିଲେ ଜୁଏଲ ଓରାମ । ସୁନ୍ଦରଗଡରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତା ବିଶ୍ୱାଳ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜର୍ଜ ତିର୍କୀ ।

ସମ୍ବନ୍ଧିତ ଖବର