ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରସ୍ଥ ପ୍ଲେସ ଅଫ ସେଫଟିରେ ଆଜି ସକାଳେ ଜଣେ ବାଳ ଅପରାଧୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତିl ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି l କେଉଁ କାରଣରୁ ସେ ଫିନାଇଲ ପିଇଲେ, ତାହା ଜଣା ପଡିନି l ଜେଲ ଅଧୀକ୍ଷକ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି l
ବାଳ ଅପରାଧୀ ଜଣକ ବଲାଙ୍ଗୀର ଜିଲ୍ଲାର ବୋଲି ଜଣା ପଡିଛି l ଗତ ଜୁନ ମାସରେ ଗଞ୍ଜାମ ଜିଲ୍ଲାର ଜଣେ ବାଳ ଅପରାଧୀ ଫିନାଇଲ ପିଇ ଆରଜିଏଚରେ ଭର୍ତି ହୋଇଥିଲେ l ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ପ୍ଲେସ ଅଫ ସେଫଟି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l