ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ସବୁଠାରୁ ଧନୀ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦ୍ୱିତୀୟ ଧନୀ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଆସନ୍ତା ମେ ମାସ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଛି ନିର୍ବାଚନ ଳଢୁଥିବା କିଛି ଧନୀ ପ୍ରାର୍ଥୀଙ୍କ ନାଁ। ଏହି  ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।  ୩୭୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଜ୍ୟୋତିରାଦିତ୍ୟ ସିନ୍ଧିଆ ଷଷ୍ଠ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ। ଆଉ ତାଙ୍କ ପଛକୁ ବିଜେପିର ଗୌତମ ଗମ୍ଭୀର। ସେ ଏହି ପର୍ଯ୍ୟାୟରେ ଦ୍ୱିତୀୟ ଧନୀ ପ୍ରାର୍ଥୀ ଭାବେ ରହିଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ସିନ୍ଧିଆ ଷଷ୍ଠ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୩୯୫ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ବୋଲି ଜଣାପଡିଛି। ସେହିପରି ୫୦୯ ଜଣ ପ୍ରାର୍ଥୀ ନିଜକୁ ଗ୍ରାଜୁଏଟ୍‌ ବୋଲି ଘୋଷଣା କରିଛନ୍ତି। ତେବେ ୩୫ ଜଣ ପ୍ରାର୍ଥୀ କେବଳ ନିଜକୁ ସ୍ୱାକ୍ଷର ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର