ଭୁବନେଶ୍ୱର: ଚାଲିଯାଇଛି ବାତ୍ୟା, ଦେଇଯାଇଛି ଦୁଃଖ । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଏବେ ଉବୁଟୁବୁ ଉତ୍ତର ଓଡିଶା । ପ୍ରବଳ ବର୍ଷା ଯୋଗୁଁ ଏବେ ଉତ୍ତର ଓଡ଼ିଶାର ନଦୀମାନଙ୍କରେ ଜଳସ୍ତର ବଢ଼ିବାରେ ଲାଗିଛି | ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ମ୍ୟୁନିସିପାଲଟି ୭ ନମ୍ବର ୱାର୍ଡର ୧୦ ରୁ ୧୫ ଘର ଜଳମଗ୍ନ ହୋଇଛି । ଆଜି କିଛି ମାତ୍ରାରେ ପାଗରେ ପରିବର୍ତ୍ତନ ହୋଇଛି । ହେଲେ ମଝିରେ ମଝିରେ ତୁହାକୁ ତୁହା ବର୍ଷା ହେଉଥିବାରୁ ବାରିପଦା ସହରର ମଧୁବନ ଅଞ୍ଚଳ ବୁଡ଼ିଯାଇଛି ।
ଅନ୍ୟପଟେ ବିପଦ ଡେଇଁଲା କାଂଶବାଂଶ | ସୋରର କାଂଶବାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ବିପଦ ସଂକେତ ୭.୫୦୫ ମିଟର ଥିବାବେଳେ ଏବେ ୭.୭୦୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି | ବିଶେଷ କରି ଶିମିଳିପାଳ ର ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବରେହିପାଣିରେ ସର୍ବାଧିକ ୧୭୪.୪୮୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ବୁଢାବଳଙ୍ଗ ନଦୀର ବି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/KFTnxfR1jabEi3oXfH6d.jpeg)