ଘଣ୍ଟାପଡ଼ା : କଣ୍ଟାମାଳକୁ ଉପଖଣ୍ଡ ,ଏନଏସି ଓ ଏଠାରେ ସବ ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କ୍ରମେ ଆଜି ସକାଳ ୬ ଘଣ୍ଟା ଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ ମଞ୍ଚ ସଭାପତି ଦୂତିଆ ଚରଣ ସାହୁଙ୍କ ନେତୃତ୍ୱରେ ସଚେତନ ନାଗରିକ ମଞ୍ଚ ସଦସ୍ୟ, ସହିତ ବଣିକ ସଂଘ ଓ ସ୍ଥାନୀୟ ଜନସାଧାରଣ ପିକେଟିଙ୍ଗ କରି କଣ୍ଟାମାଳ ଅଂଚଳର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ l ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବହୁ ଗାଡ଼ିମୋଟର ଦୀର୍ଘ ସମୟ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା l
କଣ୍ଟାମାଳକୁ ଉପଖଣ୍ଡ ,ଏନଏସି ଓ ଏଠାରେ ସବ ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କ୍ରମେ ଆଜି ସକାଳ ୬ ଘଣ୍ଟା ଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ ମଞ୍ଚ ସଭାପତି ଦୂତିଆ ଚରଣ ସାହୁଙ୍କ ନେତୃତ୍ୱରେ ସଚେତନ ନାଗରିକ ମଞ୍ଚ ସଦସ୍ୟ, ସହିତ ବଣିକ ସଂଘ ଓ ସ୍ଥାନୀୟ ଜନସାଧାରଣ ପିକେଟିଙ୍ଗ କରି କଣ୍ଟାମାଳ ଅଂଚଳର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ l ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଥିଲା l
ଏହି ଅବସରରେ ଏକ ସଚେତନତା ବାଇକ ରାଲି କଣ୍ଟାମାଳରୁ ବାହାରି ମଲ୍ଲିକୁଦ ପର୍ଯ୍ୟନ୍ତ ପରିକ୍ରମା କରିଥିଲା l ଏହି ବନ୍ଦ ପାଳନ ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ତିନି ଓ ଚାରି ଚକିଆ ଯାନବାହାନ ଚଳାଚଳ, ପେଟ୍ରୋଲ ପମ୍ପ ଆଦି ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଥିଲା l ଏପରିକି ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିଥିଲା l ତେବେ ଅତ୍ୟାବଶ୍ୟକ ଜରୁରୀ ସେଵା ଭାବେ ଡାକ୍ତରଖାନା, ଔଷଧ ଦୋକାନ, ରୋଗୀ ସେଵା, କ୍ଷୀର ଓ ପରୀକ୍ଷା କେନ୍ଦ୍ର ଥିବା ସ୍କୁଲ ଆଦି ଖୋଲା ରହିଛି l ବନ୍ଦ ପାଳନରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ସହ ଓକିଲ ସଂଘ,ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସାମ୍ବାଦିକ ସଂଘ ସମେତ ଅଂଚଳର ସଚେତନ ନାଗରିକ,ବିଭିନ୍ନ ସଂଗଠନ ର ସଦସ୍ୟ ଏବଂ ଦଳମତ ନିର୍ବିଶେଷରେ କଣ୍ଟାମାଳର ସମସ୍ତ ରାଜନୈତିକ ଦଳର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l