ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ମାମଲା ଗୁଡ଼ିକର ଶୁଣାଣିକୁ ସୁପ୍ରିମ କୋର୍ଟ ଆଜି ଘୁଞ୍ଚାଇ ଦେଇଛନ୍ତି। ସମ୍ବିଧାନ ଖଣ୍ଡପୀଠରେ ବର୍ତ୍ତମାନ ଅଯୋଧ୍ୟା ମାମଲାର ନିତିଦିନିଆ ଶୁଣାଣି ଚାଲିଛି। ଆମ ନିକଟରେ ଏତେଗୁଡ଼ିଏ ମାମଲାର ଶୁଣାଣି ପାଇଁ ସମୟ ନାହିଁ। ତେଣୁ ଜମ୍ମୁ କଶ୍ମୀର ସମ୍ପର୍କିତ ମାମଲା ଗୁଡ଼ିକର ଶୁଣାଣି ମଙ୍ଗଳବାରଠାରୁ ସମ୍ବିଧାନ ଖଣ୍ଡପୀଠରେ ଆରମ୍ଭ ହେବ। ବିଚାରପତି ଏନ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ଖଣ୍ଡପୀଠରେ କଶ୍ମୀର ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ହେବ। ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଏସ କେ କାଉଲ, ଆର. ସୁଭାଷ ରେଡ୍ଡୀ, ବି ଆର୍ ଗଭାଇ ଏବଂ ସୂର୍ଯ୍ୟ କାନ୍ତ। ସେପଟେମ୍ବର ୧୮ ତାରିଖରେ ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଛନ୍ତି ଯେ ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୧୮ ସୁଦ୍ଧା ଶେଷହେବ। ପ୍ରଧାନ ବିଚାରପତି ରଂଜନ ଗୋଗଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବେ। ତେଣୁ ତାଙ୍କ ଅବସର ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ନ ପାଇଲେ ବିଚାର ପ୍ରକ୍ରିୟା ପୁଣିଥରେ ମୂଳରୁ ଆରମ୍ଭ କରିବାକୁ ପଡ଼ିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp