ଗୋଟିଏ ପରିବାରର ଦୁଇ ଭାଇଙ୍କ ଭିତରେ ଅତି ସୁନ୍ଦର ଓ ଅନାବିଳ ସ˚ପର୍କ ଥିଲା। ଦୁହିଁଙ୍କ ଭିତରେ ପାଣି ଗଳୁ ନ ଥିଲା। 
ଦିନକର କଥା। ବଡ଼ ଭାଇ ଲାଗି ନୂଆ ପୋଷାକ ଆସିଲା। କିନ୍ତୁ ସେଇ ପୋଷାକଟି ସାନ ଭାଇକୁ ଏତେ ଭଲ ଲାଗିଲା ଯେ ତା’ ମନରେ ପ୍ରଥମ ଥର ଲାଗି ଈର୍ଷା ଜାତ ହେଲା। ବଡ଼ ଭାଇ ପୋଷାକଟି ପିନ୍ଧିଲା ଏବ˚ ତାକୁ ଦେଖିଲା ପରେ ସାନ ଭାଇର ମନରେ ଆହୁରି ଈର୍ଷା ହେଲା। ସେ ଦିନ ରାତିରେ ବଡ଼ ଭାଇ ତା’ ପୋଷାକ ଖୋଲି ଦେଲା ପରେ ସେଥିରେ ଏକ ରଙ୍ଗ ବୋଳି ଦେଲା। ସେ ଭାବିଲା ଏହା ଫଳରେ ସେ ପୋଷାକଟି ଆଉ ପରିଧାନଯୋଗ୍ୟ ହୋଇ ରହିବ ନାହିଁ। କିନ୍ତୁ ତା’ର ଦୁର୍ଭାଗ୍ୟ ସେ ଯେତେ ଲୁଚେଇ ଏ କାମଟି କରିଥିଲେ ସୁଦ୍ଧା ଘରର ଜଣେ ଭୃତ୍ୟ ତାହା ଦେଖିଥିଲା। ସେ ତୁରନ୍ତ ପୋଷାକକୁ ଧୋଇ ସଫା କରିଦେଲା। କିନ୍ତୁ କଥାଟି ଯାଇ ପିଲା ଦ୍ବୟଙ୍କ ବାପାଙ୍କୁ କହିଦେଲା। 
ଏହା ଶୁଣି ବାପା ସାନ ପୁଅକୁ ଡାକି ପାଖରେ ବସାଇ କହିଲେ- ପୁଅ, ତୁ ଆଜି ସକାଳ ଠାରୁ ସ˚ଧୢା ପର୍ଯ୍ୟନ୍ତ ଯେଉଁ ସବୁ କାମ କରିଛୁ, ସେ ବିଷୟରେ ଏକୁଟିଆ ଏକାନ୍ତରେ ବସି ଭାବ। ଗଭୀର ଭାବ ଭାବିଲେ ତୁମେ ନିଜକୁ ଠିକ୍‌ ଭାବେ ଦେଖିପାରିବ।
ବାପା ଏଭଳି କାହିଁକି କହୁଛନ୍ତି ତାହା ସାନ ପୁଅ ବୁଝିପାରିଲା। ବାପା ତାକୁ ସିଧା ସିଧା ଦଣ୍ତ ଦେଇ ନ ଥିବାରୁ ତାକୁ ଅଧିକ ଖରାପ ଲାଗିଲା। ସେ ଲଜ୍ଜିତ ହୋଇ ବାପା କହିବା ମୁତାବକ ଏକୁଟିଆ ବସି ଭାବିଲା ଏବଂ ତା’ର କୃତକର୍ମ ଲାଗି ଅନୁତପ୍ତ ହେଲା। 
କିଛି ସମୟ ପରେ ବାପା ତା’ ପାଖକୁ ଆସି ପଚାରିଲେ- କ’ଣ ଭାବୁଛୁ?
ସାନ ପୁଅ ଆଖିରୁ ଲୁହ ବାହାରି ଆସିଲା।
ବାପା କହିଲେ- ବାସ୍‌ ହୋଇଗଲା। ତୋ ବଡ଼ ଭାଇର ଲୁଗାରେ ଲାଗିଥିବା ମଇଳାକୁ ଧୋଇ ସଫା କରିଦିଆଗଲାଣି। ଏବେ ତୋ ମନର ମଇଳା ମଧ୍ୟ ଧୋଇ ହୋଇଗଲା। 
ସାନ ପୁଅ ଏବେ ବାପାଙ୍କ ନିକଟରେ ତା’ର ଭୁଲ୍‌ ଲାଗି କ୍ଷମା ମାଗିଲା।