ବିଜେପି କ୍ଷମତାକୁ ଫେରିଲେ ରାହୁଲ ଗାନ୍ଧି ଦାୟୀ ରହିବେ : କେଜରିଓ୍ଵାଲ

ନୂଆଦିଲ୍ଲୀ : “ନରେନ୍ଦ୍ର ମୋଦି ଯଦି ଚଳିତ ନିର୍ବାଚନରେ ବିଜୟୀ ହୋଇ ପୁଣିଥରେ କ୍ଷମତାକୁ ଫେରନ୍ତି, ତେବେ ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାୟୀ ରହିବେ” ଏପରି ଅଜବ ଅଭିଯୋଗ କରିଛନ୍ତି ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ । ସେ କହିଛନ୍ତି ଯେ ଏପରି ଲାଗୁଛି ଯେପରି କଂଗ୍ରେସ ବିଜେପି ବିରୋଧରେ ନୁହେଁ, ଅନ୍ୟ ବିରୋଧୀ ଦଳଙ୍କ ବିରୋଧରେ ଲଢେଇ କରୁଛି । ଉତ୍ତରପ୍ରଦେଶରେ କଂଗ୍ରେସ ଏକାକୀ ଲଢି ବିଏସପି-ଏସପି ମେଣ୍ଟକୁ ଦୁର୍ବଳ କରୁଛି, ସେହିପରି ପଶ୍ଚିମବଙ୍ଗରେ ଟିଏମସିକୁ, ଆନ୍ଧ୍ରରେ ଟିଡିପିକୁ,କେରଳରେ ବାମପନ୍ଥୀଙ୍କୁ ଓ ଦିଲ୍ଲୀରେ ଆପକୁ କଂଗ୍ରେସ ଦୁର୍ବଳ କରୁଛି ।

ମୋଦିଙ୍କୁ ସମାଲୋଚନା କରି କେଜରିଓ୍ଵାଲ କହିଛନ୍ତି ଯେ ସେ ଜଣେ ମିଥ୍ୟା ଜାତୀୟତାବାଦୀ । ସବୁ ବିଭାଗରେ ମୋଦି ବିଫଳ ହୋଇଛନ୍ତି । ନିଜର କୌଣସି କାମ ଦେଖାଇ ଭୋଟ ମାଗିବାର ସାହସ ତାଙ୍କର ନାହିଁ, ଏଣୁ ସେ ସେନାକୁ ବ୍ୟବହାର କରୁଛନ୍ତି । ତେବେ ବିଜେପି ପୁଣି କ୍ଷମତାକୁ ଫେରିବ ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର