ତିରୁବନ୍ତପୁରମ: ପତ୍ନୀଙ୍କ ସହମତି ବିନା ବନ୍ଧା ରଖିହେବ ନାହିଁ ତାଙ୍କ ଅଳଙ୍କାର | କେରଳ ହାଇକୋର୍ଟ ଆଜି ଏଭଳି କଥା କହିଛନ୍ତି | ବାସ୍ତବରେ ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହମତି ବିନା ସୁନା ଅଳଙ୍କାରକୁ ନେଇଯାନ୍ତି ଏବଂ ଏହାକୁ ନିଜ ବ୍ୟବହାର ପାଇଁ ବନ୍ଧା ରଖିଦିଅନ୍ତି ତେବେ ଏହାକୁ ଵିଶ୍ଵାସଘାତ ହିଁ କୁହାଯିବ | ଜଷ୍ଟିସ ଏ ବଦ୍ରୁଦ୍ଦିନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇ ଅଭିଯୁକ୍ତକୁ ୬ ମାସର କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | କାସାରାଗୋଡ ଅଂଚଳର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଗହଣା ବନ୍ଧକ ରଖିଥିଲେ | ଆଉ ଏନେଇ ଟ୍ରାଏଲ କୋର୍ଟ ରାୟ ଦେଇଥିଲେ ଯେ ଏହା ଅପରାଧ | ଏହାକୁ ଚ୍ୟାଲେଞ୍ଜ କରି ବ୍ୟକ୍ତି ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ତେବେ ହାଇକୋର୍ଟ ଏହାକୁ ଖାରଜ କରି ତଳ କୋର୍ଟର ରାୟକୁ କାୟମ ରଖିଛନ୍ତି ଓ ତାଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଆବେଦନକାରୀଙ୍କ ପତ୍ନୀଙ୍କ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଛି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ନ ଜଣାଇ ଏକ ଘରୋଇ ସଂସ୍ଥାରେ ୫୦ଟି ସୁନା ଅଳଙ୍କାର ବନ୍ଧକ ରଖିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହି ଅଳଙ୍କାରକୁ ତାଙ୍କ ବିବାହ ସମୟରେ ତାଙ୍କ ମା ଉପହାର ଦେଇଥିଲେ |
ଏହାପରେ ଜଷ୍ଟିସ୍ ଏ.ବଦ୍ରୁଦ୍ଦିନ କହିଛନ୍ତି ଯେ ଏହି ମାମଲାରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୦୬ରେ ଅଭିଯୁକ୍ତଙ୍କୁ ୬ ମାସ କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ମା’ଙ୍କଠାରୁ ଅଳଙ୍କାର ପାଇଥିଲେ ଯାହାକୁ ସେ ସ୍ୱାମୀଙ୍କୁ ଲକରରେ ରଖିବାକୁ ଦେଇଥିଲେ। ଅଳଙ୍କାରକୁ ଲକରରେ ରଖିବା ପରିବର୍ତ୍ତେ ସ୍ୱାମୀ ପତ୍ନୀଙ୍କ ବିନା ଅନୁମତିରେ ସୁନା ଋଣ କମ୍ପାନୀରେ ବନ୍ଧକ ରଖି ଋଣ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2018/05/Kerala-High-Court-300x173.jpg)