ତିରୁବନନ୍ତପୁରମ୍: ଗତ କିଛି ମାସ ମଧ୍ୟରେ ମହାମାରୀ କରୋନା ଭାଇରସ୍ ବିଶ୍ବରେ ୧.୨ ମିଲିୟନ୍ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ୬୯ ହଜାର ୫୦୧ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହି ଭାଇରସ୍ ପ୍ରତି ଲୋକଙ୍କ ମନରେ ଏକ ଭୟ ଲୁଚି ରହିଥିବା ବେଳେ ଏହି ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କୁ କେତେ ବା ଖୁସି ଲାଗୁନଥିବ! ତାହାର ଏକ ଉଦାହରଣ ଆମ ନିକଟରେ ରହିଛି। କେରଳର ଜଣେ ବ୍ୟକ୍ତି କରୋନା ଭାଇରସ୍କୁ ହରାଇ ସୁସ୍ଥ ହୋଇ କିପରି ଭାବେ ଆନନ୍ଦର ସହ ହସ୍ପିଟାଲ୍ରୁ ଫେରୁଛନ୍ତି ତାହା ଆପଣ ନିମ୍ନରେ ଥିବା ଭିଡିଓରେ ଦେଖିପାରିବେ।
ଟ୍ବିଟ୍ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ମୁହଁରେ ମାସ୍କ ପିନ୍ଧି ହସ୍ପିଟାଲ୍ରୁ ହସି ହସି ଡିସ୍ଚାର୍ଜ ହୋଇ ଫେରୁଛନ୍ତି। ସେଠାରେ ଥିବା ଅନ୍ୟ ରୋଗୀ ଓ ହସ୍ପିଟାଲ୍ କର୍ମଚାରୀ ବ୍ୟକ୍ତିଙ୍କୁ ତାଳି ମାଳି ଅଭିନନ୍ଦନ ଜଣାଉଛନ୍ତି। ପୂରା ହସ୍ପିଟାଲ୍ ଭିତରର ପରିବେଶ ଭାବପ୍ରବଣତାରେ ପୂରି ଉଠୁଛି।
Every recovery is a triumph.
This man recovered from Covid19 and is getting discharged from the hospital. Cheered by patients and staff, this happy scene is from govt hospital, Kasargod, Kerala.#keralafightsCorona#Covid19Indiapic.twitter.com/pOxR1uMNLY
— Kadakampally Surendran (@kadakampalli) April 4, 2020
ଏହି ସମୟରେ ଛୋଟ ଭିଡିଓଟିକୁ ଟ୍ବିଟର୍ରେ ସେୟାର୍ କରିଛନ୍ତି ମନ୍ତ୍ରୀ ଦେବସ୍ବମ୍ସ କଦକମ୍ପାଲି ସୁରେନ୍ଦ୍ରମ୍ । ଭିଡିଓରେ କରୋନାକୁ ହରାଇ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ‘ସବୁକିଛି ପାଇଁ ଧନ୍ୟବାଦ’ ବୋଲି କହୁଥିବାର ଶୁଣିବାକୁ ମିଳିଛି।
ଭିଡିଓଟି ଟ୍ବିଟର୍ରେ ସେୟାର୍ ହେବା ପରେ ୭ ହଜାର ୬୦୦ ଭିୟୁ ହୋଇ ସାରିଲାଣି। ଏହି ଭିଡିଓରେ ଜଣେ ଟ୍ବିଟର୍ ବ୍ୟବହାରକାରୀ କମେଣ୍ଟ ଦେଇଛନ୍ତି କି ‘ଡାକ୍ତରଙ୍କର ଏହା ବାସ୍ତବ ବିଜୟ’।