ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କୁ ଆଇପିଏଲ ୨୦୨୫ ପାଇଁ ଏହାର ମେଣ୍ଟର ଭାବରେ ନିଯୁକ୍ତ କରିଛି। ଦିଲ୍ଲୀ କ୍ୟାପିଟାଲସ ସମେତ ଆଇପିଏଲରେ ଅନେକ ଦଳ ପାଇଁ ପିଟରସନ ଖେଳିଛନ୍ତି। ଦଳକୁ ମଜବୁତ କରିବା ପାଇଁ ପିଟରସନ ଦଳର ମୁଖ୍ୟ ପ୍ରଶିକ୍ଷକ ହେମାଙ୍ଗ ବାଦାନି, ମାଥ୍ୟୁ ମଟ (ସହକାରୀ ପ୍ରଶିକ୍ଷକ), ମୁନାଫ ପଟେଲ (ବୋଲିଂ କୋଚ) ଏବଂ ଭେନୁଗୋପାଲ ରାଓ (କ୍ରିକେଟ୍ ନିର୍ଦ୍ଦେଶକ) ଙ୍କ ସହ କାମ କରିବେ।
ଆଇପିଏଲରେ ଏହା କେଭିନ ପିଟରସନଙ୍କର ପ୍ରଥମ କୋଚିଂ ଅଭିଜ୍ଞତା ହେବ | ସେ ଶେଷ ଥର ପାଇଁ ୨୦୧୬ରେ ଲିଗ୍ କ୍ରିକେଟ୍ ଖେଳିଥିଲେ। ସେ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୩ଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ଖେଳିଥିଲେ | ଏଥିରେ ଦିଲ୍ଲୀ କ୍ୟାପିଟାଲସ (ସେତେବେଳେ ଦିଲ୍ଲୀ ଡେୟାରଡେଭିଲ୍ସ) ମଧ୍ୟ ଅନ୍ତର୍ଭୁକ୍ତ | ସେ ଆଇପିଏଲରେ ୧୭ଟି ମ୍ୟାଚ୍ରେ ମଧ୍ୟ ଅଧିନାୟକତ୍ୱ କରିଥିଲେ। ୨୦୦୯ରେ, ପିଟରସନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ହୋଇଥିଲେ |
ଏହା ପରେ, ୨୦୧୪ରେ, ସେ ସମଗ୍ର ସିଜିନରେ ଡେୟାରଡେଭିଲ୍ସର ଅଧିନାୟକ ହୋଇଥିଲେ | ଯଦିଓ ଦଳର ପ୍ରଦର୍ଶନ ଖରାପ ଥିଲା | ସେହି ସିଜିନରେ, ଦିଲ୍ଲୀ ୧୪ଟି ମ୍ୟାଚରେ ଦୁଇଟି ବିଜୟ ସହ ପଏଣ୍ଟ ଟେବୁଲର ତଳେ ଥିଲା | ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ କେଭିନ ପିଟରସେନ ୧୦୪ଟି ଟେଷ୍ଟ, ୧୩୬ଟି ଦିନିକିଆ ଏବଂ ୩୭ଟି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିଛନ୍ତି। ଏଥିରେ, ସେ ଯଥାକ୍ରମେ ୮୧୮୧, ୪୪୪୦ ଏବଂ ୧୧୭୬ ରନ୍ ସ୍କୋର କରିଥିଲେ |