ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି । ସି-୨୯୫ କାର୍ଯ୍ୟକ୍ରମରେ ମୋଟ ୫୬ଟି ବିମାନ ଅନ୍ତର୍ଭୁକ୍ତ । ଏହା ମଧ୍ୟରୁ ୧୬ଟି ସିଧାସଳଖ ସ୍ପେନରୁ ଏୟାରବସ୍ ପକ୍ଷରୁ ଆସିବ ଏବଂ ବଳକା ୪୦ଟି ଭାରତରେ ନିର୍ମାଣ କରାଯିବ ।

Advertisment

ଭାରତରେ ଏହି ୪୦ଟି ବିମାନ ନିର୍ମାଣର ଦାୟିତ୍ୱ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ହାତରେ ରହିଛି । ଭାରତରେ ଏହା ଭାରତରେ ମିଲିଟାରୀ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ । ଏଥିରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ସଂଯୋଜନ, ପରୀକ୍ଷଣ ଏବଂ ଯୋଗ୍ୟତା, ବିତରଣ ଏବଂ ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମ୍ବନ୍ଧିତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ପୂର୍ଣ୍ଣ ବିକାଶ ସାମିଲ ହେବ ।

ଏହି କାର୍ଯ୍ୟକ୍ରମରେ ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ଭଳି ପ୍ରତିରକ୍ଷା କ୍ଷେତ୍ରର ଘରୋଇ ସେକ୍ଟର ସାମିଲ ହେବେ । ଏଥିସହ ଘରୋଇ କ୍ଷେତ୍ରର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ସାମିଲ ହେବେ । ପୂର୍ବରୁ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବ୍ଲି ଲାଇନ (ଏଫଏଏଲ)ର ଶିଳାନ୍ୟାସ କରିଥିଲେ ।