ମେଷ: ପାରିବାରି ଜୀବନ ସୁଖକର ହେବ। ସାମାଜିକ ସ୍ତରରେ ଆପଣଙ୍କର ଲୋକ ପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ‌ବେକାରଙ୍କୁ ରୋଜଗାରର ମଉକା ମିଳିବ।

Advertisment

ବୃଷ: କ୍ୟାରିୟରରେ ଭଲ ପରିଣାମ ମିଳିବା ଯୋଗ ଅଛି। ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଧନ ବୃଦ୍ଧି ହେବାର ସମ୍ଭାବନା। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କୌଣସି ବନ୍ଧୁ ଠାରୁ ଭଲ ଖବର ପାଇବେ।

ଏହି ଖବର ପଢ଼ନ୍ତୁ: ସ୍ପଷ୍ଟ ଦିବାଲୋ‌କରେ ବିଚ୍ ରାସ୍ତାରେ ଯୁବକକୁ ହତ୍ୟା

କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ବିଦ୍ୟାର୍ଥୀଙ୍କୁ ନିଜର ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

ସିଂହ: କିଣା ବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇ ପାରନ୍ତି। ପାରିବାରିକ ଜୀବନ ଉତ୍ସବମୁଖର ହେବ।

କନ୍ୟା: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା ନକଲେ ଭଲ ହେବ। ଧନ୍ଦାମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ର କିଛି ନୂଆ ଶିଖିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।

ତୁଳା: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତ୍ୟଧିକ ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ତିଆରି କରିବେ। ଜୀବନସାଥୀର ଭାବନାକୁ ବୁଝିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ।

ବିଛା: ସଠିକ୍ ଯୋଜନା କ୍ୟାରିୟରରେ ପରିବର୍ତ୍ତନ ଆଣିବ। ଲୋକମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ।

ଧନୁ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। ଗ୍ରାଫିକ ଡ଼ିଜାଇନିଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦରମା ବୃଦ୍ଧିର ଖବର ପାଇବେ।

ଏହି ଖବର ପଢ଼ନ୍ତୁ: ମହିଳାଙ୍କୁ ଲଣ୍ଡା କରି ବନ୍ଧା ହେଲେ୪ ଅଭିଯୁକ୍ତ

ମକର: ବାପା ମାଆଙ୍କ ସହ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

କୁମ୍ଭ: କୌଣସି ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପ୍ରିୟଜନଙ୍କ ସହ ରାତ୍ରିଭୋଜନର ଯୋଜନା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: କୌଣସି ଭଲ ଖବର ପାଇବେ। ଜୀବନସାଥୀର ସହଯୋଗ ପାଇବେ। ଆପଣ ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ।