ମେଷ: ଆପଣଙ୍କର ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। କାହାରିକୁ ସାହାଯ୍ୟ କରିବା ଯୋଗୁଁ ଆତ୍ମସନ୍ତୋଷ ମିଳିବ। ଛାତ୍ରଛାତ୍ରୀ ନିଜର ଜୁନିଅର୍‌ଙ୍କ ସହିତ ଅନୁଭବ ବାଣ୍ଟିବେ। ପ୍ରେମ ଜୀବନ ଭଲ ରହିବ।

Advertisment

ବୃଷ: ପରିବାର ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଆପଣଙ୍କ କାମ ଭଲଭାବେ ପୂରା ହେବ। ଗଣିତ ଛାତ୍ରଛାତ୍ରୀ ସାରା ଦିନ ବ୍ୟସ୍ତ ରହିବେ। ‌

ମିଥୁନ: ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯିବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ଅପୋସ ତାଳମେଳ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ‌

କର୍କଟ: ପାରିବାରିକ ଅଶାନ୍ତି ଦୂର ହେବ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ। 

ସିଂହ: ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ। ହୋଟେଲ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀଙ୍କୁ ଭଲ ଜାଗାରେ ଚାକିରି ମିଳିବ।

କନ୍ୟା: ରାଜନେତାଙ୍କ ସହାୟତା ପାଇବେ। ଆପଣଙ୍କର ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବେ। ସନ୍ତାନର ଲେଖାପଢ଼ା ନେଇ ଭଲ ଖବର ପାଇବେ।

ତୁଳା: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ଠାରୁ ସହାୟତା ପାଇବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ସମ୍ବନ୍ଧ ଉତ୍ସାହପୂର୍ଣ୍ଣ ରହିବ। କଲେଜରେ ମିଳିଥିବା ପ୍ରୋଜେକ୍ଟକୁ ପୂରା କରିବେ।

ବିଛା: ବେପାରୀଙ୍କ ଲାଗି ଦିନଟି ଭଲ। ବକେୟା ଅର୍ଥ ପାଇବେ। ବଡ଼ଙ୍କର କଥା ଧ୍ୟାନପୂର୍ବକ ଶୁଣନ୍ତୁ। ଛାତ୍ରଛାତ୍ରୀଙ୍କୁ ସିନିଅର୍‌ଙ୍କର ସହଯୋଗ ମିଳିବ। 

ଧନୁ: ଆପଣଙ୍କ ଅଞ୍ଚଳରେ କୌଣସି ରାଜନୀତିକ ସମାରୋହ ହେବ। ନୂଆ ଲୋକଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ କଥା ଘର ଲୋକଙ୍କୁ କହିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।

ମକର: ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିପାରେ। ନବବିବାହିତ ଦମ୍ପତ୍ତି ଭଲ ବ୍ୟଞ୍ଜନ ତିଆରି କରି ପରିବାରକୁ ଖୁଆଇବେ। 

କୁମ୍ଭ: ପନିପରିବା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। ଘରକୁ ବାଲ୍ୟବନ୍ଧୁ ଆସିବେ।

ମୀନ: ଆପଣଙ୍କ ଭାଗ୍ୟ ଶକ୍ତିଶାଳୀ ରହିବ। ଠିକାଦାରଙ୍କୁ ଘର ନିର୍ମାଣ ଲାଗି ଟେଣ୍ଡର୍‌ ମିଳିବ। ଅବିବାହିତ ଲୋକଙ୍କର ବିବାହ କଥା ଚାଲିବ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।