ପାରଳାଖେମୁଣ୍ତି: ଗୁଡ୍ସ ଆଣ୍ତ ସର୍ଭିସ ଟେକ୍ସ(ଜି.ଏସ.ଟି.) ନାମରେ ଆରମ୍ଭ ହୋଇଥିବା କର ବ୍ୟବସ୍ଥା ୨୦୧୭ ମସିହାରେ ଓଡ଼ିଶାରେ ଲାଗୁ ହେବା ପରେ ବହୁ ବ୍ୟବସାୟୀ ଏହାକୁ ଆପଣେଇ ନେଲେ ସତ, ହେଲେ କିଛି ଫାଙ୍କିବା ପାଇଁ ନାନାଦି ଉପାୟ ଅବଲମ୍ବନ କରିଥିବା ବେଳେ ଗଜପତି ଜିଲ୍ଲାରେ ଏହା ବିଶେଷ ଭାବେ ଦେଖିବାକୁ ମିଳିଛି।
ଏହି କର ବ୍ୟବସ୍ଥା ପଛରେ ଉଦେଶ୍ୟ ହେଉଛି ଦେଶରେ ବିକ୍ରୟ ହେଉଥିବା ସମସ୍ତ ସାମଗ୍ରୀରୁ ଟିକସ ସରକାରଙ୍କ ନିକଟରେ ଯେକୌଣସି ମତେ ପହଞ୍ଚିବ । କେନ୍ଦ୍ର ସରକାରଙ୍କର ଏହି ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରେ ମାସିକ ୧ ଲକ୍ଷ କୋଟି ଟଙ୍କା ସ˚ଗ୍ରହ ହେବ ବୋଲି ଆକଳନ କରାଯାଇଥିଲା । ତେବେ, ଏହି ଟିକସ ବ୍ୟବସ୍ଥାରେ ଥିବା ତ୍ରୁଟିର ଫାଇଦା ଉଠାଇ କିଛି ବ୍ୟବସାୟୀ ଅଜଣା ବ୍ୟକ୍ତିଙ୍କ ନାମରେ ଜି.ଏସ.ଟି ନମ୍ବର କରି କୋଟିକୋଟି ଟଙ୍କା ଠକୁଥିବା ତଥ୍ୟ ବର୍ତ୍ତମାନ ଲୋକଲୋଚନକୁ ଆସିଛି । ଗତ କିଛି ଦିନ ହେଲା ରାଉରକେଲାରେ ସାଧାରଣ ବ୍ୟକ୍ତିମାନଙ୍କ ନାମରେ ଜି.ଏସ.ଟି. କର ଦାବି ପତ୍ର ମିଳିବା ପରେ ଏଠାରେ ଏକ ବଡ଼ ରାକେଟ ଚାଲିଥିବା ସନ୍ଦେହ କରାଯାଉଛି।
ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ଅବସ୍ଥାପିତ । ଏହି କାରଣ ଯୋଗୁଁ ଦୁଇ ରାଜ୍ୟ ମଧ୍ୟରେ ସାମଗ୍ରୀ ଯାତାୟତ କରିବା ସକାଶେ ୱେ ବିଲ୍ ଆବଶ୍ୟକ । ପୁରୁଣା ପାଟଣା, ଚାପରା ଓ ଟେକେଲିରୁ ପ୍ରତିଦିନ ଅଟୋରିକ୍ସାରେ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ପାରଳାଖେମୁଣ୍ତି ପହଞ୍ଚୁଥିବା ବେଳେ ଇ ୱେବିଲ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁନାହିଁ ।
ସେହିଭଳି, ଖୁଚୁରା ବ୍ୟବସାୟୀମାନଙ୍କୁ ସାମଗ୍ରୀ ବିକ୍ରୟ କରୁଥିବା ହୋଲସେଲ ବ୍ୟବସାୟୀମାନେ ଜିଏସ୍ଟି ବିଲ ଦେବାକୁ ନାରାଜ ହେଉଛନ୍ତି । ଏହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ବିଶେଷ କରି କୁଲ ଡ୍ରିଙ୍କ, ବିସ୍କୁଟ, ତେଲ, କିରାଣା ସାମଗ୍ରୀ ଆଦି ବିନା ବିଲରେ ପ୍ରଚଳିତ ହେଉଛି ।
ଏ ବିଷୟରେ କିଛି ସ୍ଥାନୀୟ କର ପରାମର୍ଶଦାତା (ଟ୍ୟାକ୍ସ କନସଲଟାଣ୍ଟ)ଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ସେମାନେ ମାନିଥିଲେ ଯେ କିଛି ଲୋକ ବେନାମୀ ଜି.ଏସ.ଟି. ନମ୍ବର ବ୍ୟବହାର କରି ଟିକସ ଫାଙ୍କୁଛନ୍ତି। ତେବେ, ଏହା ଉପରେ ସରକାରଙ୍କ ନଜର ରହିଛି। ଠକାମୀ କରୁଥିବା ଏହି ବ୍ୟକ୍ତିମାନେ ଅତ୍ୟନ୍ତ ଚତୁର । ସେମାନେ ଯେକୌଣସି ପ୍ରକାରେ ଏଭଳି ଦୁର୍ନୀତି କରିବାରେ ସଫଳ ହୋଇ ପଡ଼ୁଛନ୍ତି । ଏଣୁ, ଜିଏସଟି ନମ୍ବର ଆବେଦନ କରିବା ମାତ୍ରେ ଆବେଦନକାରୀଙ୍କର ସାମୁହିକ ତଥ୍ୟ ସ˚ଗ୍ରହ କରିବା ସହ ବ୍ୟବସାୟୀକ ଅନୁଷ୍ଠାନର ଭୌଗୋଳିକ ସ୍ଥିତି ମଧ୍ୟ ଅନୁଧ୍ୟାନ କରିବାକୁ ପଡ଼ିବ ।
ତଥ୍ୟ ଅନୁସନ୍ଧାନ ନ କରି ଜି.ଏସ.ଟି. ନମ୍ବର ଦିଆଗଲେ ବେନାମୀରେ ବ୍ୟବସାୟ ଆରମ୍ଭ ହେଉଛି। ଲକ୍ଷଲକ୍ଷ ଟଙ୍କାର ଜି.ଏସ.ଟି. ଟିକସ ବହୁ ସ˚ଖ୍ୟାରେ ଗଜପତିରେ ଠିକାଦାରମାନେ ମାନୁନଥିବା ବେଳେ ଗୋଟିଏ ରଦ୍ଦ ହୋଇଯିବା ମାତ୍ରକେ ଆଉ ଏକ ଜି.ଏସ.ଟି. ନମ୍ବର କରି ବ୍ୟବସାୟ ଚଲାଉଛନ୍ତି । ବେନାମୀ ଜି.ଏସ.ଟି.ଏଣୁ, ଏହାରି ଉପରେ ଉପଯୁକ୍ତ ତଦନ୍ତ କରି ନମ୍ବର ପ୍ରଦାନ ଏବଂ ସୁବିଧା ଉପଲବ୍ଧ କରାଯିବା ପାଇଁ ମତପ୍ରକାଶ ପାଇଛି।