ଭଦୋଦରା: କିଙ୍ଗ୍ କୋହଲି ରବିବାର ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି। ସଚିନଙ୍କୁ ଟପି ୨୮,୦୦୦ ଅନ୍ତର୍ଜାତୀୟ ରନ୍‌ କରିବାରେ ବିଶ୍ବର ଦ୍ରୁତତମ ବ୍ୟାଟର୍‌ ହୋଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି ୩୭ବର୍ଷୀୟ କୋହଲି।

Advertisment

ସଚିନ ୬୪୪ ପାଳି ଖେଳି ୨୮,୦୦୦ ରନ୍‌ର ପାହାଡ଼ ଅତିକ୍ରମ କରିଥିଲା ବେଳେ କୋହଲି ମାତ୍ର ୬୨୪ ପାଳିରେ ଏହାକୁ ଛୁଇଁବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଟପି ବିଶ୍ବର ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ କେବଳ ସଚିନଙ୍କ ପଛକୁ ଦ୍ବିତୀୟ ସ୍ଥାନ‌କୁ ଉଠିଛନ୍ତି। ‌ସାଙ୍ଗାକାରାଙ୍କ ୨୮,୦୧୬ କ୍ୟାରିୟର୍‌ ରନ୍‌ଠାରୁ ମାତ୍ର ୪୨ ରନ୍‌ ପଛୁଆ ରହି କୋହଲି ରବିବାର ତାଙ୍କ ବ୍ୟାଟିଂ ଆରମ୍ଭ କରିଥିଲେ।

ଆହୁରି ପଢନ୍ତୁ: Bangar Troll: ‘ହିନ୍ଦୀ’କୁ ରାଷ୍ଟ୍ରଭାଷା କହି ଟ୍ରୋଲ୍ ହେଲେ ବାଙ୍ଗର

ଭାରତୀୟ ପଶ୍ଚାତଧାବନର ୧୯ତମ ଓଭରରେ ହିଁ ସେ ସାଙ୍ଗାକାରାଙ୍କୁ ସଫଳତାର ସହ ଟପି ଯାଇଥିଲେ। ଏହି କ୍ଷେତ୍ରରେ ମୋଟ ୩୪, ୩୫୭ ରନ୍‌ ସଚିନ ସମସ୍ତଙ୍କଠାରୁ ବହୁ ଆଗରେ ରହିଛନ୍ତି। କେବଳ ଏତିକି ନୁହେଁ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ କୋହଲିଙ୍କ ପାଖରେ ୧୫,୦୦୦ ଏକଦିବସୀୟ ରନ୍ ଛୁଇଁବାର ସୁଯୋଗ ବି ରହିଛି।